www.samajalive.in
Sunday, December 7, 2025
18.1 C
Bhubaneswar

‘ଭୁଲ୍‌ ଭୁଲୈୟା ୩’,‘ସିଙ୍ଘମ ଏଗେନ୍‌’ ଜାଣନ୍ତୁ ପ୍ରଥମ ଦିନରେ କିଏ ମାରିଲା ବାଜି..

ମୁମ୍ବାଇ : ଦୀପାବଳି ଅବସରରେ ବଡ ପରଦାରେ ଶୁକ୍ରବାର ଅର୍ଥାତ ନଭେମ୍ବର ୧ରେ ୨୦୨୪ର ୨ଟି ବଡ ଚଳଚ୍ଚିତ୍ର ‘ଭୁଲ୍‌ ଭୁଲୈୟା ୩’ ଓ ‘ସିଙ୍ଘମ ଏଗେନ୍‌’ ରିଲିଜ୍‌ ହୋଇ ସାରିଛି । ଉଭୟ ଫିଲ୍ମକୁ ଦର୍ଶକ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ପ୍ରଥମ ଦିନରେ ବକ୍ସ ଅଫିସ୍‌ରେ ଫିଲ୍ମ ହଇଚଇ ସୃଷ୍ଟି କରିଛି । ପ୍ରଥମ ଦିନରେ ୨ଟି ଫିଲ୍ମ ମଧ୍ୟରୁ କିଏ ବାଜି ମାରିଛି, ଜାଣନ୍ତୁ..

ରୋହିତ ଶେଟ୍ଟୀଙ୍କ ‘ସିଙ୍ଘମ ଏଗେନ୍‌’ ରିଲିଜ୍‌ ହେବାର ପ୍ରଥମ ଦିନରେ ଦର୍ଶକଙ୍କୁ ବେଶ ଆକର୍ଷିତ କରିଛି । ଫିଲ୍ମଟି ପ୍ରଥମ ଦିନରେ ୪୩.୫୦ କୋଟି ଟଙ୍କା ଆୟ କରିଛି । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ, କରୀନା କପୁର, ଅକ୍ଷୟ କୁମାର, ରଣବୀର ସିଂ, ଦୀପିକା ପାଦୁକୋନ ଏବଂ ଟାଇଗର ଶ୍ରଫଙ୍କ ଭୂମିକା ଦର୍ଶକଙ୍କ ମନକୁ ଜିତିଛି । ଅର୍ଜୁନ କପୁର ଭିଲେନ୍‌ ଭୂମିକାରେ ନଜର ଆସିଥିବା ବେଳେ ସଲମାନ୍‌ ଖାନ୍‌ ଚୁଲବୁଲ ପାଣ୍ଡେ ଭୂମିକାରେ ନଜର ଆସିଛନ୍ତି ।

- Advertisement -

ସେହିପରି କାର୍ତ୍ତିକ ଆର୍ଯ୍ୟନ,ବିଦ୍ୟା ବାଲନ୍‌, ମାଧୁରୀ ଦୀକ୍ଷିତ ଏବଂ ତିପ୍ତି ଡ୍ରିମିଙ୍କ ଅଭିନୀତ ‘ଭୁଲ୍‌ ଭୁଲୈୟା ୩’ମଧ୍ୟ ଦମ୍‌ଦାର୍‌ ପ୍ରଦର୍ଶନ କରିଛି । ମାତ୍ର ‘ସିଙ୍ଘମ୍‌ ଏଗେନ୍‌’ ଠାରୁ କମ୍‌ ଆୟ କରିଛି । ଏହି ଫିଲ୍ମ ପ୍ରଥମ ଦିନରେ ୩୫.୫୦ କୋଟି ଟଙ୍କା ଆୟ କରିଛି ।

ନଭେମ୍ବର ୭ରେ ଶୁକ୍ର କରିବେ ରାଶି ପରିବର୍ତ୍ତନ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

ଡିସେମ୍ବରରେ ମିଳିବ ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା- ଉପମୁଖ୍ୟମନ୍ତ୍ରୀ

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories