www.samajalive.in
Monday, December 15, 2025
27.1 C
Bhubaneswar

ନଭେମ୍ବର ୭ରେ ଶୁକ୍ର କରିବେ ରାଶି ପରିବର୍ତ୍ତନ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

ଧନ ଓ ବୈଭବର କାରକ ଶୁକ୍ର ଗ୍ରହ ନଭେମ୍ବର ୭ରେ ଧନୁ ରାଶିରେ ଚଳନ କରିବେ । ଯାହା ଅନେକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହ ସୁଖ, ବିଳାସପୂର୍ଣ୍ଣ ଜୀବନ, ଧନ, ସୌନ୍ଦର୍ଯ୍ୟ ଓ ସମ୍ପର୍କର କାରକ । ଶୁକ୍ରଙ୍କ ରାଶି ପରିବର୍ତ୍ତନ ଦ୍ୱାରା ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିବ । ଜାଣନ୍ତୁ କେଉଁ ରାଶି ପାଇବେ କି ଫଳ..

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁକ୍ରଙ୍କ ଏହି ଚଳନ ଶୁଭ ଖବର ଆଣିବ । କର୍ମକ୍ଷେତ୍ରରେ ବଡ ପରିବର୍ତ୍ତନ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ପଦନ୍ନୋତି ହେବ।

- Advertisement -

ବୃଷ- ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୋଇପାରେ । ବ୍ୟବସାୟୀ ଲାଭବାନ୍‌ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି।

ମିଥୁନ – ବ୍ୟବସାୟୀ ଲାଭବାନ୍‌ ହେବେ । ସନ୍ତାନ ସୁଖ ପ୍ରାପ୍ତି ହେବ । ବିଦ୍ୟାର୍ଥୀ ଲାଭବାନ୍‌ ହେବେ । ଶୁଭ ଖବର ମିଳିବ ।

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ମାସ ଶେଷ ବେଳକୁ ବଡ ଲାଭ ମିଳିବ । କରଜରୁ ଦୂରେଇ ରୁହନ୍ତୁ ।

ସିଂହ – ଏହି ରାଶିଙ୍କର ଆଧ୍ୟାତ୍ମିକ, ସଙ୍ଗୀତ ଓ ସାହିତ୍ୟରେ ରୁଚି ବଢିବ । କର୍ମକ୍ଷେତ୍ରରେ ଶୁଭ ଖବର ମିଳିବ । ଅସହାୟ ଶିଶୁଙ୍କୁ ବହି, ଖାତା ଆଦି ପାଠ ସହ ଜଡିତ ଜିନିଷ ଦାନ କରନ୍ତୁ ।

ଜାଣନ୍ତୁ; ବାସ୍ତୁ ଅନୁସାରେ କେଉଁ ରଙ୍ଗର ଆଲମିରା ଥିଲେ, ଘରୁ କଦାପି ଖାଲି ହେବ ନାହିଁ ଟଙ୍କା..

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷ ପରିବାର ସଦସ୍ୟଙ୍କ ଯତ୍ନ ନିଅନ୍ତୁ । ଖର୍ଚ୍ଚାନ୍ତ ହୋଇ ପାରନ୍ତି । ମାତ୍ର ଜୀବନରେ ଥିବା ସମସ୍ୟା ଦୂର ହେବ ।

ତୁଳା – କର୍ମକ୍ଷେତ୍ର ସହ ଜଡିତ କୌଣସି କାମ ପାଇଁ ଯାତ୍ରାର ଯୋଗ ରହିଛି । ଚାକିରିରେ ଶୁଭ ଖବର ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ ।

ନଭେମ୍ବର ମାସରେ ରାଜଯୋଗ; ଶୁକ୍ର-ଶନି ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ଚମକିବ ଭାଗ୍ୟ, ମିଳିବ ହଠାତ୍‌ ଧନ..

ବିଛା – ଏହି ରାଶି ବ୍ୟକ୍ତି ବିଶେଷ କୌଣସି ସହଯୋଗୀଙ୍କ ସହ ବ୍ୟବସାୟ କରନ୍ତୁ ନାହିଁ । ମାତ୍ର ନିଜେ ବ୍ୟବସାୟ କରି ପାରିବେ । ନିଜ ବାଣୀ ଯୋଗୁଁ ଦୀର୍ଘ ଦିନର ସମସ୍ୟା ଦୂର ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ ।

ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହୁଅନ୍ତୁ । ଏସିଡିଟି, ମଧୁମେହ ଥିଲେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।

ମକର – ଏହି ରାଶି ବ୍ୟକ୍ତି ବିଶେଷ ଅଯଥା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ । ଜୀବନସାଥୀଙ୍କ ପ୍ରତି ଧ୍ୟାନ ଦିଅନ୍ତୁ । କଳହକୁ ନେଇ ସ୍ୱାସ୍ଥ୍ୟ ପ୍ରତି ଅଣଦେଖା କରନ୍ତୁ ନାହିଁ । ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ସମୟ ରହିଛି ।

କୁମ୍ଭ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ଖୁବ୍‌ ସଫଳତା ମିଳିବ । ଚାକିରିରେ ପଦନ୍ନୋତି ହେବ । ଶୁଭ ଖବର ମିଳିବ ।

ମୀନ- ଭାବିଚିନ୍ତି ସମସ୍ତ ନିଷ୍ପତ୍ତି ନିଅନ୍ତୁ । କର୍ମକ୍ଷେତ୍ରରେ ସଠିକ୍‌ ପରିଶ୍ରମ କରି ଲାଭବାନ୍‌ ହେବେ ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories