www.samajalive.in
Monday, December 8, 2025
27.1 C
Bhubaneswar

ଗିଲ୍‌ ଓ ପନ୍ତଙ୍କ ଅର୍ଦ୍ଧଶତକ, ସଂଘର୍ଷ କରୁଛି ଭାରତ

ସମାଜ ଡିଜିଟାଲ ଡେସ୍କ: ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚରେ ଭାରତ ସଂଘର୍ଷ ଜାରି ରହିଛି। ନ୍ୟୁଜିଲାଣ୍ଡ ପ୍ରଥମ ପାଳିରେ ୨୩୫ ରନରେ ଅଲଆଉଟ୍‌ ହୋଇଯାଇଥିବାବେଳେ ଭାରତ ଏହାର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଶୁଭମନ ଗିଲ୍‌ ଏବଂ ରୁଷଭ ପନ୍ତଙ୍କ ଅର୍ଦ୍ଧଶତକ ସତ୍ବେ ଦଳର ସ୍ଥିତି ଖରାପ ରହିଛି। ୨ୟ ଦିନ ଖେଳ ଜାରି ରହିଥିବାବେ​ଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ଟିମ ଇଣ୍ଡିଆ ୫ ଉଇକେଟ ହରାଇ ୧୮୨ ରନ ସଂଗ୍ରହ କରିଛି। ପନ୍ତ ୬୦ ରନ କରି ଆଉଟ ହୋଇଥିବାବେଳେ ଗିଲ୍‌ ୬୬ ରନ ଏବଂ ରବୀନ୍ଦ୍ର ଜାଡେଜା ୧ ରନ କରି ଅପରାଜିତ ରହିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ ସର୍ବାଧିକ ୨ଟି ଉଇକେଟ ନେଇଛନ୍ତି।

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହୋଇ ୨-୦ରେ ଆଗୁଆ ରହିଛି। ଭ୍ରମଣକାରୀ ଦଳ ସିରିଜ ବିଜୟୀ ହୋଇସାରିଥିବାବେଳେ ସମ୍ମାନ ରକ୍ଷା ପାଇଁ ଭାରତକୁ ଶେଷ ମ୍ୟାଚ ଜିତିବା ଆବଶ୍ୟକ ରହିଛି। ହେଲେ ରୋହିତ ଶର୍ମା, ବିରାଟ କୋହଲି, ଜୟସଓ୍ବାଲଙ୍କ ଭଳି ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନମାନେ ବାରମ୍ବାର ବିଫଳ ହେଉଥିବାରୁ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories