www.samajalive.in
Saturday, December 6, 2025
19.1 C
Bhubaneswar

ଗିରିଗୋବର୍ଦ୍ଧନ ପୂଜାର ମହତ୍ତ୍ୱ

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ଗିରିଗୋବର୍ଦ୍ଧନ ପୂଜା କରାଯାଏ। ଦୀପାବଳିର ଠିକ୍ ପର ଦିନ ଗିରିଗୋବର୍ଦ୍ଧନ ପୂଜା ପାଳନ କରାଯାଏ। କିଛି ଲୋକ ଏହି ଦିନଟିକୁ ଅନ୍ନକୁଟ ନାମରେ ଜାଣନ୍ତି। ଅନ୍ନକୁଟ ଶବ୍ଦର ଅର୍ଥ ହେଉଛି ଅନ୍ନ ସମୂହ। ଏହି ଦିନ ବିଭିନ୍ନ ପ୍ରକାର ଅନ୍ନ ଭଗବାନ କୃଷ୍ଣଙ୍କ ନିକଟରେ ସମର୍ପଣ କରାଯାଇ ବିତରଣ କରାଯାଏ। ତେଣୁ ଏହି ଦିନଟିକୁ ଅନ୍ନକୁଟ ରୂପେ ପାଳନ କରାଯାଏ।
ପୌରାଣିକ ବିଷୟ ବସ୍ତୁ ଅନୁଯାୟୀ, ଏହି ଦିନ ଭଗବାନ କୃଷ୍ଣ ଏକ ଭୟଙ୍କର ବର୍ଷାରୁ ବୃନ୍ଦାବନବାସୀଙ୍କୁ ବଞ୍ଚାଇବା ପାଇଁ ଗୋବର୍ଦ୍ଧନ ପର୍ବତ ଉଠାଇଥିଲେ। ସେହି ଦିନରୁ ଭଗବାନ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଗୋବର୍ଦ୍ଧନ ପୂଜା କରାଯାଏ ।
ଏହି ଦିନ ସଂଧ୍ୟା ସମୟରେ ବିଶେଷ ରୂପରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କରାଯାଏ। ହିନ୍ଦୁ ଧର୍ମାବଲମ୍ବୀମାନେ ଘରର ଅଗଣାରେ ଗାଈ ଓ ଗୋବରରେ ଗୋବର୍ଦ୍ଧନ ନାଥଙ୍କ ପ୍ରତିଛବି ବା ମୂର୍ତ୍ତି ତିଆରି କରି ପୂଜା କରି ଥାଆନ୍ତି । ଏହା ପରେ ଗିରିରାଜ ଭଗବାନ(ପର୍ବତ)କୁ ପ୍ରସନ୍ନ କରିବା ପାଇଁ ଅନ୍ନକୁଟ ଭୋଗ ଲଗାଇଥାଆନ୍ତି ।

ନଭେମ୍ବର ୭ରେ ଶୁକ୍ର କରିବେ ରାଶି ପରିବର୍ତ୍ତନ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

‘ଭୁଲ୍‌ ଭୁଲୈୟା ୩’,‘ସିଙ୍ଘମ ଏଗେନ୍‌’ ଜାଣନ୍ତୁ ପ୍ରଥମ ଦିନରେ କିଏ ମାରିଲା ବାଜି..

- Advertisement -

 

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories