www.samajalive.in
Monday, December 8, 2025
14.1 C
Bhubaneswar

ନଭେମ୍ବରରେ ଗ୍ରହଙ୍କ ମହାସଂଯୋଗ: ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବେ ଶିବଶଙ୍କର, ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନଭେମ୍ବର ମାସରେ ସୂର୍ଯ୍ୟ, ଶୁକ୍ର ସମେତ ଅନେକ ଗ୍ରହ ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ଚଳନ କରିବେ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ରହିବ । ମାତ୍ର କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ନଭେମ୍ବର ୪ ଅର୍ଥାତ ସୋମବାର ଠାରୁ କାର୍ତ୍ତିକ ମାସର ଶୁକ୍ଳପକ୍ଷର ତୃତୀୟା ତିଥି ମଧ୍ୟ ଆରମ୍ଭ ହୋଇଛି । ଏହାସହ ସର୍ବାର୍ଥ ସିଦ୍ଧି ଯୋଗ ସହ ଅନେକ ଶୁଭ ସଂଯୋଗ ମଧ୍ୟ ହେଉଛି । ଏହାର ଖୁବ୍‌ ମହତ୍ତ୍ୱ ରହିଛି ।

ଶାସ୍ତ୍ର ଅନୁସାରେ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବା ସହ ଜାତକରେ ଚନ୍ଦ୍ର ଗ୍ରହଙ୍କ ସ୍ଥିତି ମଜଭୁତ ହେବ । ଭଗବାନ ଶିବ ଶଙ୍କରଙ୍କ ଆଶୀର୍ବାଦ ମିଳିବ । ମାନସିକ ଶାନ୍ତି ସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି ବିଷୟରେ..

- Advertisement -

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଉତ୍ସାହର ଦିନ । ସ୍ୱାସ୍ଥ୍ୟ ଉତ୍ତମ ସହ ମନ ପ୍ରସନ୍ନ ରହିବ । କାର୍ଯ୍ୟରେ ସଫଳତା ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଭବିଷ୍ୟତରେ ମଧ୍ୟ ଏହାର ଶୁଭ ପ୍ରଭାବ ମିଳିବ । କୋର୍ଟ କଚେରୀ ମାମଲାରୁ ଆରାମ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ ।

ଶୁଭଫଳ ପାଇଁ – ସୂର୍ଯ୍ୟୋଦୟ ପରେ ଶିବଲିଙ୍ଗରେ ବିଧି ସହ ପୂଜାର୍ଚ୍ଚନା କରିବା ସହ ଆଖୁରସ ପ୍ରଭୁଙ୍କୁ ଅର୍ପଣ କରନ୍ତୁ ।

ସିଂହ – କାର୍ଯ୍ୟରେ ସଫଳତା ମିଳିବ । ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । ବିଦେଶ ଯାତ୍ରାର ଯୋଗ ରହିଛି । ଟଙ୍କା ନିବେଶ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି । ଭାଗ୍ୟର ସାଥ୍‌ ମିଳିବା ସହ ଧନ ପ୍ରାପ୍ତି ହେବ । ବ୍ୟବସାୟୀ ଲାଭବାନ୍‌ ହେବେ ।

ଶୁଭଫଳ ପାଇଁ – ଶିବଲିଙ୍ଗରେ ବିଧି ସହ ପୂଜା କରିବା ସହ ୨୧ ବେଲପତ୍ର ଓ ଶ୍ୱେତ ଚନ୍ଦନ ଅର୍ପଣ କରନ୍ତୁ ।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଅଟକି ଥିବା କାମରେ ସଫଳତା ମିଳିବ । ଧନ ପ୍ରାପ୍ତିର ଯୋଗ ରହିଛି । ମାତ୍ର ପୁରୁଣା କାମକୁ ନେଇ ଚିନ୍ତିତ ରହି ପାରନ୍ତି । ସରକାରୀ ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି ।

ଶୁଭଫଳ ପାଇଁ – ପଞ୍ଚାମୃତ ଶିବଶଙ୍କରଙ୍କୁ ଅର୍ପଣ କରନ୍ତୁ ।

ଜାଣନ୍ତୁ ; ମହିଳା ହୁଅନ୍ତୁ କି ପୁରୁଷ, ଏହି ବାରରେ ତେଲ ଲଗାଇଲେ ହୋଇଯିବେ କାଙ୍ଗାଳ..

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଭାଗ୍ୟର ସାଥ୍‌ ମିଳିବ । ଅଟକି ଥିବା କାମ ପୂରଣ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ବ୍ୟବସାୟୀ ଲାଭବାନ୍‌ ହେବେ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ ।

ଶୁଭଫଳ ପାଇଁ – ସୋମବାର ଦିନ ଅଟାରେ ଘିଅ ଓ ଚିନି ମିଶାଇ ପ୍ରଭୁଙ୍କୁ ଅର୍ପଣ କରନ୍ତୁ । ଅସହାୟଙ୍କୁ ଏହା ବାଣ୍ଟି ପାରିବେ ।

ମୀନ – କର୍ମକ୍ଷେତ୍ର ସହ ଜଡ଼ିତ ଶୁଭ ଖବର ମିଳିବ । ସନ୍ତାନ ସହ ଭଲ ସମୟ ଅତିବାହିତ କରିବେ । କାମରେ ସଫଳତା ମିଳିବ । ହଠାତ୍‌ ଧନ ପ୍ରାପ୍ତିର ଯୋଗ ରହିଛି । ଜିନିଷ ପତ୍ର ମଧ୍ୟ କିଣିବେ । ପରିବାରରେ ଶୁଭ କାମ ହେବ ।

ଶୁଭଫଳ ପାଇଁ – ସୋମବାରରେ ବ୍ରତ ପାଳନ ସହ ଶିବଲିଙ୍ଗରେ କ୍ଷୀର, ଜଳ, ଦହି, ବେଲପତ୍ର, ଦୁଦୁରା ଫୁଲ, ଗଙ୍ଗାଜଳ ଅର୍ପଣ କରିବା ସହ ଶିବ ଚାଳିଶା ପାଠ କରନ୍ତୁ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories