www.samajalive.in
Monday, December 15, 2025
16.1 C
Bhubaneswar

ଭୁବନେଶ୍ୱର ବାଲିଯାତ୍ରା -୨୦୨୪ ଉପଲକ୍ଷେ ମହୋତ୍ସବ ଓ ପ୍ରଶାସନ ସମନ୍ୱୟ କମିଟି ବୈଠକ

ଭୁବନେଶ୍ୱର: ଭୁବନେଶ୍ବର ସଦର ମହକୁମା ସ୍ବତନ୍ତ୍ର ପ୍ରଦକ୍ଷଣ ଭବନର ସମ୍ମିଳନୀ କକ୍ଷରେ ଭୁବନେଶ୍ୱର ବାଲିଯାତ୍ରା -୨୦୨୪ ଉପଲକ୍ଷେ ଏକ ସମନ୍ୱୟ କମିଟି ବୈଠକ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ, ଅତିରିକ୍ତ ଜିଲାପାଳ, ଭୁବନେଶ୍ୱର ରୁଦ୍ର ନାରାୟଣ ମହାନ୍ତି,, ଭୁବନେଶ୍ୱର ମହୋତ୍ସବ ବାଲିଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି, ସମ୍ପାଦକ ସୁବାଷ ଚନ୍ଦ୍ର ପାତ୍ର, ଯୁଗ୍ମ ସମ୍ପାଦକ ମିହିର କୁମାର ରାଉତ, ଟିପିସିଓଡି ଏଲ୍ ପରିଚାଳକ ସଂଜିତ୍ ପାଢ଼ୀ, ଓଡ଼ିଶା ରେଡକ୍ରସ ଶାଖା କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ପରିଷଦ ପରିବେଶ ବିଜ୍ଞାନୀ ସ୍ମୃତି ରଞ୍ଜନ ପ୍ରଧାନ, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଚଳିତ ବର୍ଷ ଭୁବନେଶ୍ୱର ବାଲିଯାତ୍ରାକୁ ଉଚ୍ଚ କୋଟୀର ଆକର୍ଷଣୀୟ କରିବା ଦିଗରେ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟି ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ,ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ସହଯୋଗ ଓ ସେବା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିବାସହ ମହୋତ୍ସବ କମିଟି ପକ୍ଷରୁ ଭୁବନେଶ୍ୱର ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ଦେବାପାଇଁ ରାଜ୍ୟ ସରକାର, ପଞ୍ଚାୟତିରାଜ ବିଭାଗ କୁ ଅନୁରୋଧ କରିବାକୁ ପରାମର୍ଶ ଦେଇଥିଲେ।

- Advertisement -

ଚଳିତ ନଭେମ୍ବର ୧୫ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବ୍ଲକ ବାଲିପଡ଼ା ମେଳଣ ପଡ଼ିଆରେ ଦଶ ଦିବସୀୟ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନୀୟ ଜଳ, ଅସ୍ଥାୟୀ ସ୍ୱାସ୍ଥ୍ୟ ଚିକିତ୍ସା, ଟ୍ରାଫିକ ନିୟନ୍ତ୍ରଣ, ଉତ୍ସଵ ସ୍ଥଳକୁ ଯିବାପାଇଁ ରାସ୍ତାଘାଟ ମରାମତି, ଆଇନ ଶୃଙ୍ଖଳା ବ୍ୟବସ୍ଥା, ଭୁବନେଶ୍ୱର ମହାନଗର ନିଗମ ଦ୍ଵାରା ବର୍ଜ୍ୟବସ୍ତୁ ପରିଚାଳନା ଓ ପ୍ରଦ୍ୟୁଷଣ ମୁକ୍ତ ପାଇଖାନା ବ୍ୟବସ୍ଥା, ପଟିଆ ଠାରୁ ବାଲିଯାତ୍ରା ପଡ଼ିଆ ରାସ୍ତା କଡ ଆଲୋକିକରଣ କରିବା, ପ୍ରାଚୀନ ନୌବାଣିଜ୍ୟ ବ୍ୟବସାୟ ପ୍ରଦର୍ଶନୀ, ବାଲିଯାତ୍ରା ପ୍ରବେଶ ପଥ ରାସ୍ତାକୁ ସରଳ ସମତଳ କରିବା, ଅଗ୍ନିଶମ ସେବା, ମିଶନ ଶକ୍ତି କାରୁକାର୍ଯ୍ୟ ଷ୍ଟଲ, ପ୍ରଚାର ପତ୍ର ବାଣ୍ଟିବା ଆଦି ବିସ୍ତୃତ କାର୍ଯ୍ୟ କ୍ରମ ଉପରେ ଆଲୋଚନା କରାଯାଇ ଚଳିତ ବର୍ଷ ଭୁବନେଶ୍ୱର ବାଲିଯାତ୍ରାକୁ ସରସ ସୁନ୍ଦର ଏବଂ ସୁଦୂର ପ୍ରସାରୀ କରିବାକୁ ସିଦ୍ଧାନ୍ତ ନିଆଯାଇଥିଲା।

ସେହିପରି ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟି ପକ୍ଷରୁ ମହୋତ୍ସବ ଆୟୋଜନ ପାଇଁ ଯଥା ଶୀଘ୍ର ସମସ୍ତ ଆବଶ୍ୟକ ବିଭାଗ ଠାରୁ ଅନୁମତି ନେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ,ଜିଲ୍ଲାପରିଷଦ, ଭୁବନେଶ୍ୱର ନଗର ବନଖଣ୍ଡ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜନସ୍ୱାସ୍ଥ୍ୟ, ପୂର୍ତ୍ତ ବିଭାଗ ଖଣ୍ଡ ୪, ଭୁବନେଶ୍ୱର, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, କୃଷି, ଓର୍ମାସ, ଅଗ୍ନିଶମ ସେବା ଆଦି ବିଭାଗର ବରିଷ୍ଠ ଓ କନିଷ୍ଠ ଅଧିକାରୀ ଏବଂ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟିର ସଦସ୍ୟା ସଦସ୍ୟ ବୃନ୍ଦ ଯୋଗଦେଇଥିଲେ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories