www.samajalive.in
Monday, December 8, 2025
24.1 C
Bhubaneswar

ମାଣ୍ଡିପଙ୍କାରେ ପହଞ୍ଚିଲେ ଜିଲାପାଳ, ଗାଁରେ ପିଡିଏସ ଚାଉଳ ମିଳିବା ନେଇ ଦେଲେ ପ୍ରତିଶ୍ରୁତି

ଫୁଲବାଣୀ/ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇ ଏବେ ବି ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ପରିବାରକୁ ୩୦ ହଜାର ଓ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ଲେଖାଏଁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ସୋମବାର ଦିନ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମାଣ୍ଡିପଙ୍କାରେ ପହଞ୍ଚି ଆମ୍ବ କୋଇଲି ଜାଉ ଖାଇ ମୃତ୍ୟୁବରଣ କରିଥିବା ପରିବାରକୁ ସାକ୍ଷାତ କରି ସାନ୍ତ୍ଵନା ଦେବା ସହ ପୀଡ଼ିତ ପରିବାରକୁ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ସହାୟତା ପାଇଛନ୍ତି କି ନାହିଁ ପଚାରି ବୁଝିଥିଲେ। ଗ୍ରାମବାସୀମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ ଦାବି ମୁତାବକ ପିଡିଏସ ଚାଉଳ ମାଣ୍ଡିପଙ୍କାରେ ଦେବା ବ୍ୟବସ୍ଥା କରିବା ସହ ଦଡ଼ା ସାହିକୁ ସୋଲାର ବୋର୍ ୱେଲ୍ ଜରିଆରେ ପାନୀୟ ଜଳ ଯୋଗାଇଦେବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ଏଵଂ ସ୍କୁଲ ଓ ଅଙ୍ଗନୱାଡ଼ିର ଭିତ୍ତିଭୂମିକୁ ସୁଦୃଢ଼ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବ ନିର୍ଦ୍ଧାରିତ ପ୍ରତିଶ୍ରୁତି କ୍ରମେ ୩୫ ଭୂମିହୀନ ପରିବାରକୁ  ଥଇଥାନ କରିବା ପାଇଁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଆଜି ଯାଏଁ କାର୍ଯ୍ୟକାରୀ କରାଯାଉ ନ ଥିବା ନେଇ ଆଲୋଚନା କରାଯାଇଥିଲା। ଏହା ବିଷୟ ଜାଣିବା ପରେ ଏ ଦିଗରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ସହ ପୁନର୍ବାର ଆମ୍ବ ଟାକୁଆ ପରି ବିଷାକ୍ତ ଖାଦ୍ୟ ନ ଖାଇବାକୁ ସେ ଅନୁରୋଧ କରିଥିଲେ। ଅଞ୍ଚଳର ସମସ୍ତ ଗ୍ରାମରେ ସଚେତନତା ସୃଷ୍ଟି କରିବାକୁ ଅଙ୍ଗନୱାଡ଼ି, ଆଶାକର୍ମୀ, ସ୍ଵାସ୍ଥ୍ୟକର୍ମୀମାନଙ୍କୁ ନିର୍ଦେଶ ଦିଆଯାଇଥିବା ନେଇ ଜିଲ୍ଲାପାଳ କହିଛନ୍ତି। ବ୍ରାହ୍ମଣୀଗାଁ ମେଡ଼ିକାଲରେ ଅଧିକ କର୍ମଚାରୀ ନିଯୁକ୍ତି କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ସେ କେତେକ ସାମୁହିକ ଓ ବ୍ୟକ୍ତିଗତ ସମସ୍ୟା ଉପରେ ମଧ୍ୟ ଆଲୋଚନା କରିଥିଲେ। ଗ୍ରାମରେ ରହିଥିବା ଅନୁଷ୍ଠାନ ତଥା ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ସମସ୍ୟାର ସମୀକ୍ଷା କରିଥିଲେ। ବିଳମ୍ବରେ ହେଲେ ବି ଆଜି ମାଣ୍ଡିପଙ୍କା ଗ୍ରାମରେ ଜିଲ୍ଲାପାଳଙ୍କୁ ଦେଖି ଗାଁର ସମସ୍ତ ପରିବାର ମଧ୍ୟରେ ଉତ୍ସାହ ଓ ଖୁସି ଦେଖିବାକୁ ମିଳିଛି। ପ୍ରତିଶ୍ରୁତି ପାଇବା ପରେ ଗ୍ରାମବାସୀମାନେ ଅଶ୍ୱସ୍ତି ଅନୁଭବ କରୁଥିବା ବେଳେ ତାହା କେବେ କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ବାକି ରହିଲା। ଜିଲ୍ଲାପାଳଙ୍କ ସହିତ ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ବିଭାଗ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ବିଡିଓ ପ୍ରୀତିରଞ୍ଜନ ରଥ, ଏପିଓ କେଦାର ଚନ୍ଦ୍ର ପଣ୍ଡାଙ୍କ ସମେତ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଜିଲାପାଳ ସରାମୂଳୀ ପଞ୍ଚାୟତର ପାକାଲମା ଓ ପାଙ୍ଗମା ବିଦ୍ୟାଳୟ ପରିଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦେଖିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories