www.samajalive.in
Wednesday, December 10, 2025
18.1 C
Bhubaneswar

ଟପ୍ ମଡେଲ୍ ଶୋ’ ଓ ବ୍ୟବସାୟ ପୁରସ୍କାର ସମ୍ମିଳନୀ

ଭୁବନେଶ୍ଵର : ଏଚ୍.ଏଚ୍.ଆଇ ହୋଟେଲରେ ଶ୍ରୀ ଶକ୍ତି ଫାଉଣ୍ଡେସନ ଦ୍ବାରା ଆୟୋଜିତ ହୋଇଯାଇଛି  ଟପ୍ ମଡେଲ୍ ଶୋ’ ଓ ବ୍ୟବସାୟ ପୁରସ୍କାର ସମ୍ମିଳନୀ । ଯେଉଁଠାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବଲିଉଡ୍ ଅଭିନେତ୍ରୀ ମହିମା ଚୌଧୁରୀ । ବିଜୟୀ ମଡେଲ୍ ଓ ସଫଳ ମହିଳା ଉଦ୍ୟୋଗୀଙ୍କୁ ପୁରସ୍କାର ଦେବା ସହ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ  ସଂସ୍ଥାର ଲୋଗୋ ଭିଡିଓ ପ୍ରଦର୍ଶନ କରାଯାଇଥିଲା ।

- Advertisement -

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆସୁଥିବା ଟଙ୍କାକୁ କର୍କଟ ପୀଡ଼ିତାଙ୍କୁ ପ୍ରଦାନ କରାଯାଇଥାଏ। ନିଆରା ଓ ସୁନ୍ଦର ଲକ୍ଷ୍ୟ ସହ କାର୍ଯ୍ୟକ୍ରମ ହୋଇଥବାବେଳେ ପ୍ରତିଟି ପ୍ରତିଯୋଗୀ ପ୍ରତିଯୋଗିତା ନୁହେଁ ବରଂ ଏକ ମହତ କାର୍ଯ୍ୟର ସମର୍ପଣକୁ ନେଇ ପ୍ରତିଯୋଗିତା କରିଥିଲେ ବୋଲି କହିଛନ୍ତି ଟପ୍ ମଡେଲ ଓଡ଼ିଶାର ସଭାପତି ସବିତା ମହାକୁଡ। ଏଥିରେ ୩ ଟି ବିଭାଗରେ ପ୍ରତିଯୋଗିତା କରିଥିବାବେଳେ ମିସ୍ ଟିନ୍ କାଟେଗୋରୀରେ ବିଜୟୀ ହୋଇଛନ୍ତି ହଂସିକା ଦାସ ଏବଂ ରନର୍ସ ଅପ୍ ହୋଇଛନ୍ତି ଶ୍ରେୟା ପ୍ରିୟଦର୍ଶିନୀ ପରିଡା ଓ ଶ୍ୱେତଲୀନ ସ୍ୱାଇଁ ।

ସେହିପରି ମିସ୍ କାଟେଗୋରୀର ମୁକୁଟ ପିନ୍ଧିଥିଲେ ଅର୍ଚ୍ଚିତା ପଣ୍ଡା, ରନର୍ସ ଅପ୍ ଅନନ୍ୟା ବିଶ୍ୱାଳ ଓ ସୁଶ୍ରୀ ସଂଗୀତା ରାଉତ। ସେହିପରି ମିସେସ୍ କାଟେଗୋରୀର ବିଜେତା ହୋଇଛନ୍ତି ପ୍ରଜ୍ଞା ରାୟ,  ରନର୍ସ ଅପ୍ ହୋଇଛନ୍ତି ଯମୁନା ସ୍ୱାଇଁ ଓ ପୁଷ୍ପିତା ମହାପାତ୍ର । ଏହି କାର୍ଯ୍ୟକ୍ରମରେ ପ୍ରତିଭା ଅନ୍ୱେଷଣ  ଦାୟିତ୍ୱ ବହନ କରିଥିଲେ ସଂଗୀତ  ନିର୍ଦ୍ଦେଶକ ଗୁଡୁଲି ରଥ, ଅଭିନେତ୍ରୀ  ଅନୁ ଚୌଧୁରୀ, ଅଭିନେତା ପୁପିନ୍ଦର ସିଂ ଙ୍କ ସହ ଗାୟତ୍ରୀ ବେହେରା ଓ ସସ୍ମିତା ଚୌଧୁରୀ । ପ୍ରଶ୍ନ ଉତ୍ତର ରାଉଣ୍ଡରେ ମହିମା ଚୌଧୁରୀ ମୁଖ୍ୟ ଜଜ୍ ଭାବରେ ରହିଥିଲେ ଓ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। କାର୍ଯକ୍ରମ ଶେଷରେ ବଛା ବଛା ପ୍ରତିଭାଙ୍କୁ ମହିମା ଚୌଧୁରୀ ପୁରସ୍କୃତ କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories