www.samajalive.in
Monday, December 15, 2025
17.1 C
Bhubaneswar

ଏକାମ୍ର ମିଡ଼ିଆର ଦୁଇଟି ଚ୍ୟାନେଲ ଲୋକାର୍ପିତ, ଚଳଚ୍ଚିତ୍ରର ନାଁ ଘୋଷଣା

ଭୁବନେଶ୍ବର : ପ୍ରାୟ ୨୫ ବର୍ଷ ପୂର୍ବରୁ ଗଢିଉଠିଥିବା ଚ୍ୟାନେଲ ଏକାମ୍ର ମିଡ଼ିଆ ଦ୍ୱାରା ଦୁଇଟି ଚ୍ୟାନେଲ ଜୀବନ ଟିଭି ଏବଂ ରଙ୍ଗ ରଙ୍ଗୋଲି ଲୋକାର୍ପଣ ହୋଇଛି ଯାହା ସମ୍ପୂର୍ଣ୍ଣ ମନୋରଞ୍ଜନଧର୍ମୀ । ଏହା ସହିତ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରର ମଧ୍ୟ ନାମ ଘୋଷଣା ହୋଇଛି । ମିଡ଼ିଆ ତଥା ଚ୍ୟାନେଲ ଦୁନିଆର ଜଣେ ବହୁ ଚର୍ଚ୍ଚିତ ଚେହେରା ଶ୍ରୀଯୁକ୍ତ ଅରୂପ ନନ୍ଦ । ତାଙ୍କ ମାଧ୍ୟମରେ ଓଡ଼ିଆ ଛୋଟ ବଡ଼ ପରଦାରେ ଅନେକ କଳାକାର ସୃଷ୍ଟି ହୋଇଛନ୍ତି । ଥ୍ରୀଜେନ୍ ସିନେ ପ୍ରଡ଼କସନ୍ସ ଦ୍ୱାରା ପ୍ରସ୍ତୁତ ହେଉଛି ଦୁଇଟି ଚଳଚ୍ଚିତ୍ର- “ଏନକାଉଣ୍ଟର” ଏବଂ “ତୋ ଇସ୍କ ଭେରୀ ରିସ୍କ” ଯାହା ଆସନ୍ତା ଏପ୍ରିଲ ମାସରେ ମୁକ୍ତିଲାଭ କରିବା ପାଇଁ ଲକ୍ଷ୍ୟ ରହିଛି । ତୋ ଇସ୍କ ଭେରୀ ରିସ୍କ ଓଡ଼ିଆ ହାସ୍ୟରସ ଭରା ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଜିତେନ୍ଦ୍ର ମହାପାତ୍ର । ସଙ୍ଗୀତ ନିର୍ଦ୍ଦେଶନା ବିଦ୍ୟାଧର ସାହୁ, ପ୍ରଯୋଜନା କରିଛନ୍ତି ଚୁମକି ଘୋଷାଲ, ସହ ପ୍ରଯୋଜନା ଦିବ୍ୟଶ ଚାଟାର୍ଜି, ପରିକଳ୍ପନା ଦେବାଶିଷ ଚାଟାର୍ଜୀ । ଏହି ଚଳଚ୍ଚିତ୍ରର ନାୟକ ସୌମ୍ୟରଂଜନ ସାହୁ (ଆଶ୍ରମ ଫେମ୍) ଥିବାବେଳେ ଅଭିନେତ୍ରୀଙ୍କ ନାମ ଘୋଷଣା କରାଯାଇନାହିଁ ।

ଦ୍ଵିତୀୟ ଚଳଚ୍ଚିତ୍ର ଏନକାଉଣ୍ଟର “ଏକ ପ୍ରେମ କାହାଣୀର ଶେଷ ପରିଣତି” ର କାହାଣୀ ଓ ସଂଳାପ ରଚନା କରିଛନ୍ତି ମାନସୀ ପାତ୍ର ଓ ଶଙ୍କର ତ୍ରିପାଠୀ । ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ମଲ୍ଲିକ (ମିଷ୍ଟର ରାଜୁ) । ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ବିଦ୍ୟାଧର ସାହୁ ।  ନାୟକ ଭୂମିକାରେ ବବୁଲୁ ଏବଂ ପୂର୍ବରୁ ଅପେକ୍ଷା ଏବଂ ସିନ୍ଦୁରା ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ବନ୍ଦନା ସାହୁ ଅଭିନୟ କରୁଛନ୍ତି । ଏହି ଲୋକାର୍ପଣ ଏବଂ ଚଳଚ୍ଚିତ୍ର ନାମ ଘୋଷଣା ଉତ୍ସବରେ ଏକାମ୍ର ମିଡ଼ିଆର ଚେୟାରମ୍ୟାନ ଅରୂପ ନନ୍ଦ, ସିଇଓ ବିଦ୍ୟାଧର ସାହୁ, ସମାଜସେବୀ ବୁଲନ ଭାଇ, ପ୍ରଯୋଜିକା ଚୁମକି ଘୋଷାଲ, ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ, ଏକାମ୍ର ମିଡ଼ିଆର ନିର୍ଦ୍ଦେଶିକା ସୁପ୍ରଭା ନନ୍ଦ, ଅଭିନେତା ବବୁଲୁ, ସୌମ୍ୟରଂଜନ, ଅଭିନେତ୍ରୀ ବନ୍ଦନା ସାହୁ, ନିର୍ଦ୍ଦେଶକ ଅଶୋକ ମଲ୍ଲିକ, ଦେବାନନ୍ଦ ସୋନି ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories