ଜାଲରେ ପଡିଲା ୨୨ କେଜି ଓଜନର ବିରଳ ବୋଦ ମାଛ

କଳାପଥର(ବାଙ୍କୀ): ବାଙ୍କୀ ମୁଣ୍ଡଳୀ ବ୍ୟାରେଜ ନିକଟ ମହାନଦୀର ଗଭୀର ପାଣି ମଧ୍ୟରୁ ମତ୍ସ୍ୟଜୀବୀ ସାନମୁଣ୍ଡଳି ଗାଁର ରବି ଦଳେଇଙ୍କ ଜାଲରେ ପଡିଛି ୨୨ କେଜି ଓଜନର ବିରଳ ବୋଦ ମାଛ। ପୂର୍ବରୁ ମୁଣ୍ଡଳୀ ଅଂଚଳରେ ଯେଉଁ ମାଛ ଧରାଳିମାନେ ମହାନଦୀରୁ ମାଛ ମାରିଛନ୍ତି ସେମାନଙ୍କ ଜାଲରେ କେବେ ଏଭଳି ମାଛ ପଡି ନ ଥିବା ସ୍ଥାନୀୟ ଅଂଚଳର ମାଛ ଧରାଳି ମାନସ ବେହେରା କହିଛନ୍ତି। ଏବେ ଏହି ବୋଦ ମାଛଟି ବଜାର ଦର ଅନୁସାରେ କିଲୋ ପିଛା ୨୦୦ ଟଙ୍କାରେ ବିକ୍ରୟ କରାଯିବ ବୋଲି ମାନସ କହିଛନ୍ତି।

Comments are closed.