www.samajalive.in
Saturday, December 13, 2025
27.1 C
Bhubaneswar

ଦାଦନ ଶ୍ରମିକ ସମସ୍ୟାର ସମାଧାନ ପାଇଁ ଫାଉଣ୍ଡେସନ୍‌ କାର୍ଯ୍ୟ କରିବାକୁ ଆଗ୍ରହୀ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ନଜ୍‌ (Nudge) ଇନ୍‌ଷ୍ଟିଚ୍ୟୁଟ୍‌ର ମ୍ୟାନେଜିଂ ଡ଼ାଇରେକ୍ଟର  ଭି. ଶ୍ରୀରାମ ସୌଜନ୍ୟମୂଳକ ସାକ୍ଷାତକାର ଓ ଆଲୋଚନା କରିଛନ୍ତି । ଏହି ସାକ୍ଷାତକାର ସମୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ନଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ତଥା ଫାଉଣ୍ଡର ଶ୍ରୀ ଅତୁଲ ସତ୍‌ଜିଆ ଉପସ୍ଥିତ ଥିଲେ ।
ସଂପ୍ରତି ରାଜ୍ୟରେ ଦାଦନଜନିତ ବିସ୍ଥାପନ ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି ।

ଏହାର ସମାଧାନ ପାଇଁ ସରକାର ତ୍ୱରିତ ବେଗରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଦାଦନ ଶ୍ରମିକଙ୍କ ସଂଖ୍ୟା ହ୍ରାସ ସହ ସେମାନଙ୍କ ପାଇଁ ସ୍ଥାୟୀ ରୋଜଗାରର ଅବସର ସୃଷ୍ଟି କରିବା ଦିଗରେ ଟାସ୍କାଫୋର୍ସ କାର୍ଯ୍ୟ କରିବ ।

- Advertisement -

ନଜ୍‌ ଫାଉଣ୍ଡେସନ୍‌ ଦାଦନ ଶ୍ରମିକଙ୍କ ସହ ପ୍ରତ୍ୟକ୍ଷ ରୂପେ ଯୋଡ଼ି ହୋଇ ସେମାନଙ୍କ ଦକ୍ଷତା ଅନୁଯାୟୀ ଆୟ ପନ୍ଥା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟକରିବାକୁ ଆଗ୍ରହୀ ବୋଲି ଫାଉଣ୍ଡେସନ୍‌ ପ୍ରସ୍ତାବ ଦେଇଥିଲେ । ନଜ୍‌ ଫାଉଣ୍ଡେସନ୍‌ ଝାରଖଣ୍ଡ ସମେତ ଅନ୍ୟ ରାଜ୍ୟଗୁଡ଼ିକରେ ଜନଜାତିଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛି ବୋଲି ମ୍ୟାନେଜିଂ ଡ଼ାଇରେକ୍ଟର ଶ୍ରୀରାମ ପ୍ରକାଶ କରିଥିଲେ ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories