www.samajalive.in
Thursday, December 11, 2025
18.1 C
Bhubaneswar

କାର ଭିତରେ ଖେଳୁ ଖେଳୁ ଲକ୍‌ କରିଦେଲେ ଡୋର୍‌, ଚାଲିଗଲା ୪ ଶିଶୁଙ୍କ ଜୀବନ

ସମାଜ ଡିଜିଟାଲ ଡେସ୍କ: କାର୍ ଡୋର ଖୋଲା ରଖିବା କେତେ ବିପଦପୂର୍ଣ୍ଣ ହୋଇଥାଏ ତାହା ଦେଖିବାକୁ ମିଳିଛି ଗୁଜରାଟର ଏକ ଘଟଣାରୁ। କାର ଭିତରେ ଅଣନିଃଶ୍ଵାସୀ ହୋଇ ଚାଲିଯାଇଛି ୪ ଶିଶୁଙ୍କ ଜୀବନ। ସମସ୍ତ ଶିଶୁଙ୍କ ବୟସ ୨ରୁ ୭ ବର୍ଷ ମଧ୍ୟରେ। ଗୁଜରାଟର ଅମରେଲି ଅନ୍ତର୍ଗତ ରନ୍ଧିୟା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି।

ପୁଲିସ ସୂଚନା ଅନୁସାରେ, ପିଲମାନଙ୍କର ପରିବାର ଲୋକେ ସେମାନଙ୍କୁ ଘରେ ଛାଡ଼ି ଗାଁର ଏକ ଫାର୍ମ ହାଉସକୁ କାମ କରିବାକୁ ଯାଇଥିଲେ। ଘରେ ୭ ପିଲା ରହିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଖେଳୁ ଖେଳୁ ନିଜ ଘର ପାଖରେ ରଖାଯାଇଥିବା ଫାର୍ମ ହାଉସ ମାଲିକଙ୍କ କାର ଭିତରେ ପଶିଯାଇଥିଲେ। ପରେ ସେମାନେ କାର ଭିତରୁ ଡୋର ଲକ୍ କରିଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେଥିରୁ ବାହାରିପାରି ନ ଥିଲେ। ଯାହାଫଳରେ ଅଣନିଃଶ୍ଵାସୀ ହୋଇ ପିଲାମାନେ ପ୍ରାଣ ହରାଇଥିଲେ। ପରିବାର ଲୋକେ ଏବଂ ଫାର୍ମ ହାଉସ ମାଲିକ କାମ ସାରି ସନ୍ଧ୍ୟାରେ ଫେରିବା ପରେ କାର ଭିତରୁ ୪ ପିଲାଙ୍କ ମୃତଦେହ ମିଳିଥିଲା। ଏହି ଘଟଣା ପରେ ଗ୍ରାମରେ ଶୋକର ବାତାବରଣ ଖେଳିଯାଇଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories