ଆଞ୍ଚଳିକ ଜନ କଲ୍ୟାଣ ଭିନ୍ନକ୍ଷମ ସଂଗଠନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ରେଙ୍ଗାଲିକେମ୍ପ: ଆଞ୍ଚଳିକ ଜନ କଲ୍ୟାଣ ଭିନ୍ନକ୍ଷମ ସଂଗଠନ ଭେଡେନର ସଭାପତି ବସନ୍ତ କୁମାର ଭୋଇଙ୍କ ତତ୍ବାବଧାନରେ ଏକ ରକ୍ତ ଦାନ ଶିବିର ତାଲମେଣ୍ଡା ପଞ୍ଚାୟତ ଆଫିସ ଠାରେ ଅନୁଷ୍ଠିତ ହୋଇଥିଲା। ଏଠାରେ ୨୨ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା। ଏଥିରେ ମୁଖ୍ୟ ଅତିଥି ପାଓ୍ଵାର ଅଫ୍ ଦିବ୍ଯାଗଂସ୍ ବରଗଡ଼ ସଂଗଠନ ର ସଭାପତି ଶ୍ୟାମ ସୁନ୍ଦର ଅଗ୍ରଓ୍ୱାଲ,ଉପ ସଭାପତି ଅଶୋକ ଅଗ୍ରଓ୍ୱାଲ, ସଂପାଦକ ମେଘନାଦ ସାହୁ, ସମ୍ମାନୀତ ଅତିଥି ଅରୁପା ପଧାନ ଓ ଡାକ୍ତର ମାଝୀ ଉପସ୍ଥିତ ଥିଲେ।
ଏହି ଶିବିରରେ ପୂର୍ଣ୍ଣ ସହଯୋଗ କରିଥିଲେ ସଂଗଠନର ଚକ୍ରମଣି ଭୋଇ, ଦୀପକ କୁମାର ଭୋଇ, ସୁରେନ୍ଦ୍ର ପଟେଲ, ଧୁବଲେଶ୍ବର ବଗର୍ତ୍ତୀ, ତରଣି ସୁନା, ଫିରୋଜ ଚିରଗୁନ, ସୁ ସାନ୍ତ୍ବନା ମେହେର, ଲକ୍ଷ୍ମୀ ମେହେର, ପ୍ରମୋଦ ମେହେର, କୁନି କୁଦେଇ, ସୁରଭି ମେହେର, ବିରକିଶୋର ବାଦି, ସୁମନ୍ତ ପଧାନ, ମନୋଜ ଛୁରିଆ ପ୍ରମୁଖ ଯୋଗଦେଇଥିଲେ।
Comments are closed.