ଧାନମଳା  ଟ୍ରାକ୍ଟର ଓଲଟି ମହିଳା ମୃତ

ପାତ୍ରପୁର: ଜରଡ଼ା ଥାନା ଖରଣି ପଡା ପଞ୍ଚାୟତ ଆମୁଣ୍ଡି ଗ୍ରାମ ନିକଟରେ ଧାନମଳା ଟ୍ରାକ୍ଟର  ଓଲଟି ଜଣେ ମହିଳା ଙ୍କ ମୃତ୍ୟୁ  ହୋଇଥିବା ବେଳେ ଆଉ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ଚୈତନ୍ୟ ଚନ୍ଦ୍ରପୁର ଶାସନ ଗ୍ରାମର ମାଧବ ନାଇକଙ୍କ ସ୍ତ୍ରୀ ଝୁନୁ ନାଇକ ୪୦ ଏବଂ ଗୁରୁତର ମହିଳା ଜଣଙ୍କ ହେଉଛନ୍ତି ମୁରଲୀ ନାଇକଙ୍କ ସ୍ତ୍ରୀ ଝୁନୁ ନାଇକ ବୋଲି ଜଣାପଡିଛି।
ଆଜି ଧାନ ଅମଳ ପାଇଁ ଯାଇ  ଫେରୁଥିବା ସମୟରେ ଟ୍ରାକ୍ଟର ପଛକୁ ଲାଗିଥିବା ମେସିନଟି କୌଣସି କାରଣରୁ ଓଲଟି ପଡିଥିଲା। ଫଳରେ  ଦୁଇ ମହିଳା  ଶ୍ରମିକ  ଚାପି ହୋଇଯାଇଥିଲେ। ଖବର ପାଇ  ସ୍ଥାନୀୟ ଲୋକେମାନେ ଉଭୟଙ୍କୁ ପାତ୍ରପୁର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଥିବାରୁ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି।

Comments are closed.