ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଗାଲଫୁଲା ଗ୍ରାମରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ର ଜଣଙ୍କ ରାୟା ନାଏକ ପୁଅ ଆକାଶ ନାଏକ ବୋଲି ଜଣାପଡିଛି। ସେ ଘର ପଛରେ ଥିବା ପଳଶା ଗଛରେ ଚଢି ଥିବା ବେଳେ ଗଛ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଗଛ ଡାଳରେ ଲାଗି ଯାଇଥିଲା ।
ଫଳରେ ଛାତ୍ର ଟିର ହାତ, ଗୋଡ ଓ ପିଠି ଜଳି ଯିବା ସହ ଛାତ୍ର ଜଣଙ୍କ ଗୁରୁତର ଅବସ୍ଥାରେ ଗଛରୁ ଖସି ପଡ଼ିଥିଲେ । ସେଠାରୁ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରିଛନ୍ତି।



