ବିଦ୍ୟୁତ ଆଘାତରେ ଯୁବକ ମୃତ

ପାଟଣା : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚେମଣା ଗ୍ରାମରେ ଅଭାବନୀୟ ଘଟଣା କ୍ରମରେ ଟୁଲୁ ପମ୍ପ ମରାମତି ସମୟରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କର ଜୀବନ ଯାଇଛି । ସୂଚନାରୁ ପ୍ରକାଶ ଚେମଣା ଗ୍ରାମର ଗୋବରା ମୁଣ୍ଡାଙ୍କ ଟୁଲୁ ପମ୍ପଟି ଖରାପ ହେବାରୁ ଏହାକୁ ସଜାଡ଼ିବା ପାଇଁ ଗୌରୀ ଶଙ୍କର ମହାନ୍ତ(୩୧)ଙ୍କୁ ଘରକୁ ଡାକି ଥିଲେ। ଗୌରୀ ଶଙ୍କର ତାଙ୍କ ଘରକୁ ଆସି ଟୁଲୁ ପମ୍ପ ତିଆରି କରିବା ପରେ ପାଣି ଉଠିବାର ଟେଷ୍ଟ ନିମନ୍ତେ ବିଦ୍ୟୁତ ତାର ସଂଯୋଗ କରିବା ସମୟରେ ବିଦ୍ୟୁତ ସ୍ପର୍ଶରେ ଆସି ଯାଇଥିଲେ । ଏପରି ବିଦ୍ୟୁତ ସ୍ପର୍ଶରେ ଆସିବା ଦେଖି ଗୋବରାଙ୍କ ଘର ଲୋକେ ବିଦ୍ୟୁତ ତାରରୁ ଗୌରୀଶଙ୍କରକୁ ଅଲଗା କରି ସଙ୍ଗେ ସଙ୍ଗେ ୧୦୮କୁ ଖବର ଦେଇ ଥିଲେ। ଖବର ପାଇ ଆମ୍ବୁଲାନ୍ସ ଘଟଣାସ୍ଥଳ ରେ ପହଁଞ୍ଚି ଗୌରୀ ଶଙ୍କରଙ୍କୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଗୌରୀ ଶଙ୍କରଙ୍କୁ ମୃତ ଘୋଷଣା କରିଥିଲେ।

prayash

ଏ ନେଇ ବଡବାପା ପୁଅ ରବୀନ୍ଦ୍ର କୁମାର ମହାନ୍ତ ତୁରୁମୁଙ୍ଗା ଥାନାରେ ଏକ ଲିଖିତ ଦରଖାସ୍ତ କରିଥିଲେ। ଦରଖାସ୍ତକୁ ଭିତ୍ତି କରି ତୁରୁମୁଙ୍ଗା ଥାନା ଏଏସଆଇ ନରେଶ ଓରାମ ଘଟଣା ସ୍ଥଳରେ ପହଞ୍ଚିବା ସହ ମୃତଦେହ ଜବତ କରିଥିଲେ। ଏନେଇ ଥାନାରେ ୧୮/୨୩ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ଆଜି ଗୌରୀ ଶଙ୍କରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି।

Comments are closed.