ହିରାପଶି ଗ୍ରାମରେ ଭ୍ରାମ୍ୟମାଣ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ପୋଚ ନଷ୍ଟ, ଚୋରା ମଦ ସହ ୨ ଗିରଫ

ପାଟଣା: କେନ୍ଦୁଝର ଜିଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦେଶକ୍ରମେ ଆଜି ପାଟଣା ଅବକାରୀ ବିଭାଗ ଓ ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ତୁରୁମୁଙ୍ଗା ଥାନା ଅଞ୍ଚଳର ହିରାପଶି ଓ କେନ୍ଦେଇପଶି ଗ୍ରାମର ଚୋରା ମଦଭାଟି ଉପରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ମୋଟ ୯ ହଜାର କେଜି ମହୁଲ ପୋଚ ନଷ୍ଟ କରାଯିବା ସହ ୧୧୦ ଲିଟର ଚୋରା ମହୁଲି ମଦ ଜବତ କରାଯାଇଛି। ଏହା ସହ ମଦଭାଟି ଭାଙ୍ଗି ମଦରନ୍ଧା ସରଞ୍ଜାମ ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ୩ ଟି ମାମଲା ରୁଜୁ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ହିରାପଶି ଗ୍ରାମର ସନାତନ ମାଝି ଓ କେନ୍ଦେଇପଶି ଗ୍ରାମର ମୀନାକ୍ଷୀ ବେହେରା ବୋଲି ଜଣାପଡିଛି । ଏହି ଚଢ଼ାଉରେ କେନ୍ଦୁଝର ଅବକାରୀ ବିଭାଗ, ପାଟଣା ଅବକାରୀ ବିଭାଗ ଓ ଭ୍ରାମ୍ୟମାଣ ଅବକାରୀ ବିଭାଗ ସାମିଲ ଥିଲେ।

kalyan agarbati

Comments are closed.