www.samajalive.in
Saturday, December 6, 2025
15.1 C
Bhubaneswar

ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ପନ୍ନୁନ; ଭାରତର ଅସନ୍ତୋଷ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁନର ଉପସ୍ଥିତକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି। ଜାନୁଆରୀ ୨୦ରେ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ଏହି ଉତ୍ସବରେ ପନ୍ନୁନ ଜଣେ ଦର୍ଶକ ଭାବେ ଉପସ୍ଥିତ ରହିଥିଲା। କାନାଡା ଓ ଆମେରିକାର ନାଗରିକତ୍ବ ହାସଲ କରିଥିବା ପନ୍ନୁନର ଏହି ଉପସ୍ଥିତି ସମ୍ପର୍କରେ ଭାରତ ପ୍ରତିକ୍ରିୟା ପ୍ରକାଶ କରିଛି। ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ଘଟଣା ସମ୍ପର୍କରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ନିକଟରେ ପ୍ରତିବାଦ କରାଯିବ। ଆମେରିକା ସରକାର ଭାରତ ବିରୋଧୀ ଏଜେଣ୍ଡା ଓ ଭାରତର ଜାତୀୟ ସୁରକ୍ଷା ଭଳି ପ୍ରସଙ୍ଗକୁ ଉପେକ୍ଷା କରୁଛନ୍ତି।
ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ଟ୍ରମ୍ପ ଲିବର୍ଟ ବଲ୍‌ ଠାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ଉଦ୍‌ବୋଧନ କାର‌୍ୟ୍ୟକ୍ରମରେ ପନ୍ନୁନ ଉପସ୍ଥିତ ଥିଲା। ରିପୋର୍ଟ ଅନୁଯାୟୀ ପନ୍ନୁନକୁ ଏହି ଉତ୍ସବକୁ ନିମନ୍ତ୍ରଣ କରାଯାଇ ନଥିଲା। ଉତ୍ସବ ନିମନ୍ତେ ଦର୍ଶକଙ୍କ ଲାଗି ଟିକଟ୍ ବିକ୍ରି କରାଯାଇଥିଲା। ପନ୍ନୁନ ଅନ୍ୟ ଜଣଙ୍କ ମାଧ୍ୟମରେ ଟିକଟ୍ ହାସଲ କରିବା ପୂର୍ବକ ସେଠାରେ ଉପସ୍ଥିତ ରହିଥିଲା। ଟ୍ରମ୍ପ ତାଙ୍କ ଉଦ୍‌ବୋଧନ ସାରି ଫେରିବା ବେଳେ ଦର୍ଶକମା​‌େ​‌ନ ‘ଆମେରିକା, ଆମେରିକା’ ନାରା ଦେଇଥିଲେ। ମାତ୍ର ପନ୍ନୁନ୍ ‘ଖଲିସ୍ତାନ ଜିନ୍ଦାବାଦ’ ନାରା ଦେଉଥିଲେ। ପନ୍ନୁନର ଏହି ଉପସ୍ଥିତି ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆ ଏକ୍ସରେ ପ୍ରଘଟ ହୋଇଛି। ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ୨୦୨୧ ଫେବୃଆରୀ ୩ରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ସହିତ ତାକୁ ପଳାତକ ଅପରାଧୀ ଘୋଷଣା କରିଛି। ୨୦୨୨ରେ ଏନଆଇଏ ପଞ୍ଜାବର ଅମୃତସରରେ ଥିବା ପନ୍ନୁନର ସମ୍ପତ୍ତିକୁ ଜବତ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories