www.samajalive.in
Saturday, December 6, 2025
14.1 C
Bhubaneswar

ଗାନ୍ଧୀମାର୍ଗରେ ଫୁଲ ଡ୍ରେସ୍‌ ରିହରସାଲ୍‌

ଭୁବନେଶ୍ବର : ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଫୁଲଡ୍ରେସ୍‌ ରିହରସାଲ୍‌ ଅନୁଷ୍ଠିତ ହୋଇଯାଇଛି। ଫୁଲଡ୍ରେସ୍‌ ରିହରସାଲରେ ପୁଲିସ ମହାନିର୍ଦେଶକ  ଅତିଥିଭାବେ ଯୋଗଦେଇ ପୂରା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଚଳିତ ଥର ପରେଡ଼ ନେତୃତ୍ୱ ନେଇଛନ୍ତି ଯୁବ ଆଇପିଏସ୍‌ ଭୋସଲେ ଶୁଭମ ସଞ୍ଜୟ। ସେ ଏବେ ସମ୍ବଲପୁର ଅତିରିକ୍ତ ଏସ୍‌ପି  ଭାବେ କାର୍ଯ୍ୟ ତୁଲାଉଛନ୍ତି। ଏଥର ପରେଡ଼୍‌ରେ ୪୩ଟି କଣ୍ଟିଜେଣ୍ଟ ଭାଗ ନେବେ। ପଡୋଶୀ ରାଜ୍ୟ ସହିତ ଉତ୍ତମ ସମନ୍ୱୟ ରକ୍ଷା କରିବା ଲାଗି ଝାଡ଼ଖଣ୍ଡ ପୁଲିସ ମଧ୍ୟ ପରେଡ୍‌ରେ ସାମିଲ ହୋଇଛି। ଫୁଲଡ୍ରେସ୍‌ ରିହରସାଲରେ ଡିଜିପିଙ୍କଠାରୁ ଅନୁମତି ନେଇ ପରେଡ୍‌ କମାଣ୍ଡର ପରେଡ୍ ଆରମ୍ଭ କରିଥିଲେ। ୧୨୦ ବାଟାଲିୟନ, ବିଏସଏଫ୍‌, ଆଇଟିବିପି, ସିଆରପିଏଫ୍‌, ସିଆରପିଏଫ୍‌ ବ୍ୟାଣ୍ଡ, ଭୁବନେଶ୍ୱର ଏସ୍‌ଏସ୍‌ବିଏନ, ଚନ୍ଦକା ଏସ୍‌ଓଜି, ଝାଡ଼ଖଣ୍ଡ ପୁଲିସ, ଓଆଇଏସ୍‌ଫ, ସଶସ୍ତ୍ର ପୁଲିସ, କମିସନରେଟ ଟ୍ରାଫିକ୍‌ ପୁଲିସ, କଟକ ଓଏସ୍‌ଏପି, ଓଡ୍ରାଫ, ଓଆଇଏସ୍‌ଏଫ, ଅଗ୍ନିଶମ, ଗୃହରକ୍ଷୀ, ସରକାରୀ ଓ ବେସରକାରୀ ସ୍କୁଲ ଛାତ୍ରଛାତ୍ରୀ ଏବଂ ମହର୍ଷି ଡେୟାର ଡେଭିଲ୍ସ ଟିମ୍‌ ଭାଗ ନେଇଥିଲେ। ଏହା ସହିତ ଓଡ଼ିଶା ସ୍କେଟିଙ୍ଗ ଏକାଡେମୀ ଦେଶାତ୍ମବୋଧକ ସଙ୍ଗୀତରେ ନୃତ୍ୟ, ଆରିୟନ ରୟାଲ ସ୍ପୋର୍ଟ୍ସ ଏକାଡେମୀ ଛାତ୍ରଛାତ୍ରୀଙ୍କ ଶିବ ତାଣ୍ଡବ, ରାୟଗଡ଼ାର ଢେମ୍‌ସା, କେନ୍ଦୁଝରର ଆଦିବାସୀ ନୃତ୍ୟ, ଘୋଡ଼ାନାଚ ଓ ପ୍ରଜ୍ଞାପନ ମେଢ଼ ପରେଡ୍‌ରେ ସାମିଲ ହୋଇଥିଲେ। ପରେଡ୍‌ ଅଞ୍ଚଳରେ ୧୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ସହ ସିସିଟିଭି ନଜରରେ ରହିବ। ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ଅଭିବାଦନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories