www.samajalive.in
Thursday, December 11, 2025
18.1 C
Bhubaneswar

କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କଲେ ନାବାଳିକା, ବଳାତ୍କାର ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ଭିତର ଝୋଲା ଗ୍ରାମର ସ୍ବର୍ଗତ ଜାମା ମିଣିଆକାଙ୍କ ଝିଅ ରଞ୍ଜିତା ମିନିଆକା (୧୬)କୀଟନାଶକ ଔଷଧ ସେବନକରି ଗୁରୁତର ହେବାପରେ ତାଙ୍କୁ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ରଞ୍ଜିତା ମିନିଆକାଙ୍କ ଅବସ୍ଥା ଗୁରୁତ୍ୱ ହୋଇଥିବାରୁ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ । ସେଠାରୁ ପୁଣି କୋରାପୁଟ ପଠାଇଥିଲେ, ସେଠାରେ ରଞ୍ଜିତାଙ୍କ ମୃତ୍ୟୁ ହୋଇଥିଲା। ରଞ୍ଜିତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ଗାଁ ଭିତର ଝୋଲାକୁ ଅଣାଯାଇଥିଲା। ପରିବାର ଲୋକେ ନ୍ୟାୟ ପ୍ରଦାନ ଦାବିରେ ରଞ୍ଜିତାଙ୍କ ମୃତଦେହକୁ ରାସ୍ତାରେ ରଖି ଧାରଣା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରଞ୍ଜିତାଙ୍କ ପରିବାର ସଦସ୍ୟଙ୍କୁ ବୁଝାସୁଧା କରିଥିଲା।

ସୂଚନା ଅନୁଯାୟୀ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀର ମେକାନିକ ଅହମଜାଦ ମୁସଲମାନ (୩୨) ଆସାମର ଯୁବକ କପାବାଡ଼ରେ ଗାଁ ମୁଣ୍ଡରେ ରଞ୍ଜିତା ମିନିଆକାଙ୍କୁ ବଳତ୍କାର କରିଥିଲା । ଫଳରେ ରଞ୍ଜିତା ଲୋକ ଲଜ୍ୟାରୁ ରକ୍ଷା ପାଇବା ପାଇଁ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଉକ୍ତ ଯୁବକ ବର୍ତ୍ତମାନ ଫେରାର ଥିବା ଜଣାପଡିଛି। ତେବେ ପରିବାର ଲୋକେ ବଳାତ୍କାର କରିଥିବା ଅଭିଯୁକ୍ତକୁ ଗିରଫ ଦାବି କରିଛନ୍ତି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories