www.samajalive.in
Wednesday, December 10, 2025
16.1 C
Bhubaneswar

ଭାରତ ବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମ ପାଇକ ବିଦ୍ରୋହର ମହାନାୟକ ଥିଲେ ‘ବକ୍ସି ଜଗବନ୍ଧୁ’

ଭୁବନେଶ୍ୱର : ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଯାହାଙ୍କୁ ବକ୍ସି ବୋଲି କୁହାଯାଏ ସେ ପାଇକ ଜାତିର କୂଳତିଳକ। ବକ୍ସି ଜଗବନ୍ଧୁ ହେଉଛନ୍ତି ରଣରଙ୍କା ପାଇକମାନଙ୍କର ଅଗ୍ନି ଷ୍ପୁଲିଙ୍ଗ। ସେ ଥିଲେ ଭାରତ ବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମ ପାଇକ ବିଦ୍ରୋହର ମହାନାୟକ ଓ ଭାରତବର୍ଷର ସ୍ୱାଧିନତା ଇତିହାସର ମୁଖବନ୍ଧ ବୋଲି ନିିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପ୍ରକାଶ କରିଛନ୍ତି। ରାଜ୍ୟ ସଂଯୋଜକ କେଦାର ଦାସଙ୍କ ସଂଯୋଜନାରେ ବକ୍ସି ଜଗବନ୍ଧୁଙ୍କ ରାଜ୍ୟସ୍ତରୀୟ ଶହୀଦ୍ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଶ୍ୱହିନ୍ଦୁ ଓଡ଼ିଶା ସଭାପତି ଗୀତା ଚଇନି, ଦେଶଭକ୍ତ ପାଇକ ବିଦ୍ରୋହ ମହାନ୍ ସାରଥି ବକ୍ସିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମୁଖ୍ୟବକ୍ତା ଭାବରେ ପ୍ରଦ୍ୟୁମ୍ନ ଶତପଥି ଏ ମାଟିର ସ୍ୱାଧିନତାର ବହ୍ନି ମହାମାନବ ବକ୍ସିଙ୍କ ଦ୍ୱାରା ପ୍ରଜ୍ୱୋଳିତ ହୋଇଥିଲା। ଯେଉଁ ସ୍ୱାଧିନତା ଅଗ୍ନିରେ ପାଇକମାନେ ଝାସ ଦେଇ ଇଂରେଜ ଶକ୍ତିକୁ ପଦଦଳିତ କରି ଭାରତବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମର ବାର୍ତ୍ତା ପ୍ରଦାନ କରିଥିଲେ।

- Advertisement -

ଆଜିର ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ପାଇକଗୁରୁ ତଥା ଖୋର୍ଦ୍ଧା ଜିଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ପାଇକ ଆଖଡ଼ା କାର୍ଯ୍ୟକ୍ରମ ଢାଲ, ତରବାରୀ, ବନାଟି, ନିଆଁ ବନାଟି, ନୟାଗଡ଼଼ର ଗଦା, ବାଣପୁରର ବର୍ଚ୍ଛା, ଢେଙ୍କାନାଳର ତରବାରୀ, ପାରିକୁଦର ଧୂପ ଓ ୧୨ହାତ ଖଣ୍ଡା ଗଡ଼଼ମାଣତିରର ମୁଦଗର, କଟକ ଫାର୍ସାର ଗର୍ଜନ ପ୍ରତ୍ୟେକ ପାଇକଙ୍କ ଦେହରେ ଶିହରଣ ସୃଷ୍ଟି କରିଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ, ସାଧାରଣ ସମ୍ପାଦକ ପ୍ରଫେସର ଗାୟନ ସାମଲ, କଟକ ଜିଲା ସଭାପତି ରାଜକିଶୋର ବେହେରା, ରାଜ୍ୟ ମୁଖପାତ୍ର ରାଜୀବ ନୟନ ରଥ, ରାଜ୍ୟ ଉପଦେଷ୍ଟା ବିଜୟ କୁମାର ଆଇଚ, ପାଇକରାଣୀ ସସ୍ମିତା ମଙ୍ଗରାଜ, ପାଇକଗୁରୁ ଭାସ୍କର ସୁନ୍ଦରାୟ, ଗଡ଼଼ଦୋକନ୍ଦା ଦଳବେହେରା ମନୋରଞ୍ଜନ ପଶ୍ଚିମକବାଟ, ବାଣପୁର ପାଇକସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ପାଦକ ବିଜୟ ବେହେରା, ନୟାଗଡ଼଼ ପାଇକାନେତା ଭରତ ଜେନା, ଭୁବନେଶ୍ୱର ସଭାପତି ଅଜୟ ନାଏକ, ଶୁକାନ୍ତ କୁମାର ଷଣ୍ଢ, ଆଇନଜୀବି ମିତ୍ରଭାନୁ ମହାପାତ୍ର, ସର୍ଦ୍ଦାର ଜୟରାମ ଦାସ, ଗୁଣନିଧି ବେହେରା, କେଦାର ମହାରଣା, ପାଇକ ସର୍ଦ୍ଦାର ସମରଜିତ୍ ନାୟକ ତଥା ଓଡ଼ିଶାର ସମସ୍ତ ଜିଲ୍ଲାର ପାଇକ ମହାସଂଘ ପାଇକ ସର୍ଦ୍ଦାରମାନେ ଯୋଗଦାନ କରିଥିଲେ। ଶେଷରେ ପାଇକ ଆଖଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories