ଜିଲା ସ୍ତରୀୟ ଶିଶୁ କନ୍ୟା ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରୀପଡା ଉଚ୍ଚ ବିଦ୍ୟାଳୟରେ ଜିଲା ସ୍ତରୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଛି। ଏହି ଅବସରରେ ୧୨ଟି ବ୍ଲକରୁ ଛାତ୍ରୀମାନେ ଯୋଗ ଦେଇ ନୃତ୍ୟ, ଗୀତ, ଫ୍ୟାନସି ଡ୍ରେସ ଭଳି ପ୍ରତିଯୋଗିତାରେ ଭାଗ ନେଇଥିଲେ। କୃତୀ ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ଅନିମା କହଁର ଯୋଗ ଦେଇଥିବା ବେଳେ ଜିଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ, ମମତା ମଳିକ, ଜିଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ପ୍ରଧାନ ଶିକ୍ଷୟତ୍ରୀ ଶିବାରାଣୀ ମଲିକ, ସିଡ଼ିପିଓ କ୍ରିଷ୍ଣା କୁମାରୀ ବେହେରା, ବିଜ୍ଞାନ ପର୍ଯ୍ୟବେକ୍ଷକ ଅଶୋକ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଏବିଇଓ ଜ୍ୟୋସ୍ନାରାଣୀ ମଲିକ, ନାରସୁ କହଁର କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱ ତୁଲାଇଥିବା ବେଳେ ସିଆରସିସି ଅଶୋକ କୁମାର ମଲିକ, ଜୟନ୍ତୀ ଦିଗାଲ, କର୍ଣ୍ଣ ସେଠି, ଅମୀୟ ମହାନନ୍ଦ, ଅଜିତ ପ୍ରଧାନ, ଜଗଦିଶ ପ୍ରଧାନଙ୍କ ସହିତ ପୂର୍ବତନ ସିଆରସିସି ରଘୁନାଥ କହଁର, ଶିକ୍ଷକ ପ୍ରଦୀପ କୁମାର ମଲିକ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ନୃତ୍ୟ ବିଚାରକ ଭାବେ ବିକାଶ କୁମାର ଦିଗାଲ, ରଘୁନାଥ କହଁର, ରଶ୍ମିରାଣୀ ମଲିକ ଦାୟିତ୍ୱ ତୁଲାଇଥିଲେ।

Comments are closed.