www.samajalive.in
Friday, December 5, 2025
20.1 C
Bhubaneswar

ଭାରତୀୟ ଦମ୍ପତିଙ୍କୁ ଆମେରିକାରେ ପ୍ରବେଶ ଅନୁମତି ମିଳିଲାନି

ନ୍ୟୁୟର୍କ: ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଆମେରିକାରେ ପ୍ରବାସନ ଆଇନକୁ କଡକାଡି କରାଯାଇଛି। ବିଦେଶୀ ନାଗରିକଙ୍କ ଆମେରିକା ଆଗମନ ଉପରେ କଡା ନଜର ରଖାଯାଇଛି। ଏହି କ୍ରମରେ ନିଜ ସନ୍ତାନଙ୍କୁ ଭେଟିବା ଲାଗି ଆମେରିକା ଯାଇଥିବା ଏକ ଭାରତୀୟ ଦମ୍ପତିଙ୍କୁ ପ୍ରବେଶ ଅନୁମତି ମିଳି ନାହିଁ। ଦମ୍ପତି ଦ୍ବୟ ବି-୧/ବି-୨ ପରିଦର୍ଶନ ଭିସାରେ ଆମେରିକା ଯାଇଥିଲେ। ଆମେରିକାରେ ଚାକିରି କରିଥିବା ନିଜ ସନ୍ତାନଙ୍କ ପାଖରେ ସେମାନେ ୫ମାସ ରହିବା ଲାଗି ଯୋଜନା କରିଥିଲେ। ତେବେ ସେମାନେ ନ୍ୟୁୟର୍କ ବିମାନବନ୍ଦରରେ ପହଞ୍ଚିବା ପରେ ଆମେରିକା ମଧ୍ୟକୁ ପ୍ରବେଶ ଲାଗି ଅନୁମତି ଦିଆଯାଇ ନଥିଲା। ନୂଆ ପ୍ରବାସନ ଆଇନ ଆଧାରରେ ସେମାନଙ୍କୁ ବିମାନ ବନ୍ଦରରୁ ଫେରାଇ ଦିଆଯାଇଥିଲା। ନୂଆ ପ୍ରବାସନ ଆଇନ ଅନୁଯାୟୀ ଆମେରିକା ଆସୁଥିବା ବିଦେଶୀ ନାଗରିକଙ୍କୁ ଫେରିବା (ରିଟର୍ଣ୍ଣ) ଟିକଟ୍ ଦେଖାଇବାକୁ ପଡିବ। ମାତ୍ର ଉକ୍ତ ଦମ୍ପତିଙ୍କ ପାଖରେ ରିଟର୍ଣ୍ଣ ଟିକଟ ନଥିବାରୁ ଫେରାଇ ଦିଆଯାଇଥିଲା। ଟ୍ରମ୍ପଙ୍କ ନୂଆ ପ୍ରବାସନ ଆଇନକୁ ନେଇ ଅନେକ ଭାରତୀୟ ଏବେ ଚିନ୍ତାରେ ପଡିଛନ୍ତି। ନୂଆ ଆଇନ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଟ୍ରମ୍ପଙ୍କ ଅଘୋଷିତ ପ୍ରବାସନ ଆଇନକୁ ନେଇ ଭାରତୀୟଙ୍କ ସମେତ ଅନ୍ୟ ରାଷ୍ଟ୍ରର ନାଗରିକ ଚିନ୍ତାରେ ରହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories