www.samajalive.in
Friday, December 5, 2025
20.1 C
Bhubaneswar

ମହାକୁମ୍ଭରେ ସନ୍ନ୍ୟାସିନୀ ମମତା କୁଲକର୍ଣ୍ଣି

ପ୍ରୟାଗରାଜ: ଏକାଧିକ ହିନ୍ଦୀ ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ମମତା କୁଲକର୍ଣ୍ଣି ସନ୍ନ୍ୟାସିନୀ ହୋଇଯାଇଛନ୍ତି। ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ମମତା ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରିଥିବା ଜଣାପଡ଼ିଛି। ମହାକୁମ୍ଭରେ ବୁଡ ପକାଇବାକୁ ମମତା ସଂପ୍ରତି ପ୍ରୟାଗରାଜରେ ପହଞ୍ଚିଛନ୍ତି। ମମତାଙ୍କୁ ସନ୍ନ୍ୟାସିନୀ ରୂପରେ ଦେଖିବାକୁ ମିଳୁଛି। ସନ୍ନ୍ୟାସିନୀ ପୋଷାକ ସହ ବେକରେ ରୁଦ୍ରାକ୍ଷ ମାଳା, କାନ୍ଧରେ ବ୍ୟାଗ୍‌ ପକାଇଥିବା ମମତା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିବା ଜଣାପଡିଛି। କିନ୍ନର ଆଖଡାରେ ଦୀକ୍ଷା ନେଇଥିବା ମମତାଙ୍କ ନୂଆ ନାମ ‘ଶ୍ରୀ ମାଇ ମମତା ନନ୍ଦ ଗିରି’ ରଖାଯାଇଛି। ସନ୍ନ୍ୟାସ ଗ୍ରହଣ କରିଥିବା ନେଇ ମମତା ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ପ୍ରଦାନ କରିଛନ୍ତି। ଆସନ୍ତା ୨୯ରେ ମୌନୀ ଅମାବସ୍ୟା ଉପଲକ୍ଷେ ଶାହୀ ସ୍ନାନ ବୁଡ ପକାଇବା ପରେ ମମତା ବାରାଣସୀ ଓ ଅଯୋଧ୍ୟା ଗସ୍ତରେ ଯିବେ ବୋଲି ସୂଚନା ଦେଇଛନ୍ତି। ମମତା କରନ ଅର୍ଜୁନ, ତ୍ରିରଙ୍ଗା, ଚାଇନା ଗେଟ୍‌ ସହ ବହୁସଂଖ୍ୟକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ଗ୍ଲାମର ଜଗତ ଛାଡ଼ି ଧର୍ମ ମାର୍ଗରେ ଚାଲିବାକୁ ନିଷ୍ପତ୍ତି ନେଇଥିଲେ। ସେ ବେଶ୍‌ କିଛିବର୍ଷ ଭାରତ ବାହାରେ ରହିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories