www.samajalive.in
Friday, December 12, 2025
14.1 C
Bhubaneswar

ଖୋଲିବ ହଂସିତା-ଅନିଲଙ୍କ ଯୁବତୀ ଚାଲାଣ ଗୁମର: ଜେରା କରିବ ସ୍ଵତନ୍ତ୍ର ଦଳ

ଭୁବନେଶ୍ବର : ଯୁବତୀ ଚାଲାଣ ପଛରେ ହଂସିତା ଅଭିଲିପ୍ସା-ଅନିଲ ମହାନ୍ତି ଯେଉଁ ରାକେଟ ଚଳାଇଥିଲେ ତା’ର ଗୁମର ଖୋଲିବ ପୁଲିସ। ଏହି ଠକ ଦମ୍ପତିଙ୍କୁ କମିସନରେଟ ପୁଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଜେରା କରିବ। ଏଥିପାଇଁ ପୁଲିସ ଶୁକ୍ରବାର ରିମାଣ୍ଡ ଆବେଦନ କରିଛି। ଅଦାଲତଙ୍କ ଅନୁମତି ମିଳିବା ପରେ ହେପାଜତକୁ ଆଣି ପୁଲିସ ଉଭୟଙ୍କୁ ଜେରା କରିବ। କେଉଁ ବଡ଼ବଡ଼ିଆଙ୍କୁ ଯୁବତୀ ଯୋଗାଉଥିଲେ ସେ ସଂକ୍ରାନ୍ତ ତଥ୍ୟ ହାତେଇବା ଲାଗି ତଦନ୍ତକାରୀ ଦଳ ଉଦ୍ୟମ କରିବ। ବିଦେଶୀ ଯୁବତୀଙ୍କୁ ଆଣି କେଉଁମାନଙ୍କୁ ଜନ୍ମଦିନରେ ଉପହାର ଦେଉଥିଲେ ତା’ର ପ୍ରମାଣ ଖୋଜିବ ତଦନ୍ତକାରୀ ଦଳ। ଏଭଳି ଉପହାର ଦେବା ପଛରେ ଅନିଲ ହଂସିତାଙ୍କ ଉଦ୍ଦେଶ୍ୟ କ’ଣ ଥିଲା ତାହା ଜାଣିବାକୁ ଚାହିଁଛି ପୁଲିସ। ଅନ୍ୟପଟେ ଘଟଣାରେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ ଜାରି ରଖିଛନ୍ତି। ଦମ୍ପତିଙ୍କ ବେହିସାବ କୋଟି କୋଟି ଟଙ୍କା କାରବାରର ଆୟକର ଓ ଇଡି ଖୋଳତାଡ଼ ଜାରି ରଖିଛନ୍ତି।
ଗିରଫ ହାଇପ୍ରୋଫାଇଲ ଠକ ଦମ୍ପତି କେମିତି ଠକେଇ କରୁଥିଲେ ତା’ର ଗୋଟିଏ ପରେ ଗୋଟିଏ ତଥ୍ୟ କାଢୁଛି କମିସନରେଟ ପୁଲିସ। ଉଭୟ କେମିତି ଠକେଇ କରୁଥିଲେ ତାହା ଜାଣିପାରିଛି ତଦନ୍ତକାରୀ ଦଳ। ସ୍ପେଶାଲ କ୍ରାଇମ ୟୁନିଟ୍‌ ମାମଲାର ତଦନ୍ତ କରୁଛି। ପୂର୍ବରୁ ଦିନିକିଆ ରିମାଣ୍ଡରେ ଆଣି ଅନେକ ତଥ୍ୟ ତଦନ୍ତକାରୀ ଦଳ ହାସଲ କରିଥିଲା। ଏହି ତଥ୍ୟ ତଦନ୍ତ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂହ କହିଥିଲେ। ଠକ ଦମ୍ପତିଙ୍କ ଆକାଉଣ୍ଟରୁ ପ୍ରାୟ ୨୦୦ କୋଟି ଟଙ୍କା କାରବାର ହୋଇଥିବା ଆୟକର ବିଭାଗ ଜାଣିବାକୁ ପାଇଥିଲା। ଟିକସ ଫାଙ୍କିବା ଲାଗି କିଛି ଅର୍ଥ ନଗଦ କାରବାର ହୋଇଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି। ଅନ୍ୟପଟେ ଇଡିର ଏକ ଦଳ ଦମ୍ପତିଙ୍କ ସମ୍ପତ୍ତିକୁ ନେଇ ତଦନ୍ତ ଜାରି ରଖିଛନ୍ତି। ମାତ୍ର ଦୁଇ ବର୍ଷରେ ଠକ ଦମ୍ପତି କୋଟି ‌େ‌କାଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିଛନ୍ତି, ଏସବୁ ଦେଖି ତଦନ୍ତକାରୀ ସଂସ୍ଥା ଆଶ୍ଚର୍ଯ୍ୟ ହୋଇଛି। ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ଝିଅ ଜ୍ୱାଇଁ ପରିଚୟ ଦେଇ ସେମାନେ ବଡ଼ବଡ଼ିଆଙ୍କ ପାଖକୁ ଯାଉଥିଲେ। ମଧ୍ୟସ୍ଥତା ସାଜି କାହାର ବଦଳି ତ’ ଆଉ କାହାକୁ ଟେଣ୍ଡର ଦେବା ପରି କାମ କରୁଥିଲେ। ଏଥିପାଇଁ ସେମାନେ ମୋଟା ଅଙ୍କର ଟଙ୍କା ନେଉଥିଲେ। ସେହି ଟଙ୍କାରେ କୋଟି କୋଟି ଟଙ୍କାର କାର୍‌ କିଣି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଥିଲେ। ମଧ୍ୟବିତ୍ତ ପରିବାରରୁ ଆସିଥିବା ହଂସିତା କେଉଁଭଳି ଭାବରେ ଏତେ ସମ୍ପତ୍ତିର ମାଲିକ ହୋଇପାରିଲେ ତା’ର ଉତ୍ସ ଖୋଜୁଛନ୍ତି ତଦନ୍ତକାରୀ ସଂସ୍ଥା। ଉଭୟଙ୍କ ଠକେଇ ରାକେଟରେ ୮ରୁ ୧୦ ଜଣ ବିଲ୍ଡର, ୨ ଜଣ ସୁନା ବ୍ୟବସାୟୀ ଓ ରାଜନେତାଙ୍କ ସମ୍ପୃକ୍ତି ଥିବା ତଦନ୍ତକାରୀ ହାତରେ ପ୍ରମାଣ ଲାଗିଛି। ଉଭୟଙ୍କ ସହିତ ସମ୍ପର୍କରେ ଥିବା ବ୍ୟବସାୟୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଆୟକର ବିଭାଗ ଯୋଜନା କରିଛି।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories