www.samajalive.in
Friday, December 5, 2025
26.1 C
Bhubaneswar

ବାରବାଟୀ ଭାରତ-ଇଂଲଣ୍ଡ ଦିିନିକିଆ: ୭ରେ ପହଞ୍ଚିବେ ଦୁଇ ଦଳ, ୮ରେ ଅଭ୍ୟାସ

କଟକ : ବାରବାଟୀ ଷ୍ଟାଡ଼ିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଆସନ୍ତା ଫେବୃଆରୀ ୯ରେ ଖେଳାଯିବ। ମ୍ୟାଚକୁ ସଫଳତାର ସହ ପରିଚାଳନା ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ମ୍ୟାଚ ଲାଗି ବିକ୍ରି ହେବାକୁ ଥିବା ଟିକଟ, ଖେଳାଳିଙ୍କ ଆଗମନ, ମ୍ୟାଚର ସୁପରିଚାଳନା ନେଇ ଶୁକ୍ରବାର ଓସିଏ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ମ୍ୟାଚ ଲାଗି ସାଧାରଣ ଦର୍ଶକଙ୍କ ପାଇଁ ଫେବୃଆରୀ ୨ରେ ଅନ୍‌ଲାଇନ୍‌ ଓ ୫ ଓ ୬ରେ କାଉଣ୍ଟରରେ ଟିକଟ ବିକ୍ରି କରାଯିବ ବୋଲି କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ଅନ୍‌ଲାଇନରେ ମୋଟ୍‌ ୪୦୦୦ ଟିକଟ ବିକ୍ରି କରାଯିବ। ଅନ୍‌ଲାଇନରେ ଟିକଟ ବୁକିଂ କରିଥିବା ବ୍ୟକ୍ତିମାନେ ଅନ୍‌ଲାଇନ ବୁକିଂର ଅସଲି ରସିଦକୁ ଦେଖାଇ ଫେବୃଆରୀ ୭, ୮ ଓ ୯ରେ କଟକର କେମ୍ବ୍ରିଜ ସ୍କୁଲ ଓ ଭୁବନେଶ୍ବରର କିଟ୍‌ ବିଶ୍ବବିଦ୍ୟାଳୟର ୩ଟି କାଉଣ୍ଟରରୁ ସଂଗ୍ରହ କରିପାରିବେ। ଅନଲାଇନ ଟିକଟ ଉକ୍ତ କାଉଣ୍ଟରଗୁଡ଼ିକରେ ୭ ଓ ୮ ତାରିଖରେ ପୂର୍ବାହ୍ନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଓ ୯ ତାରିଖ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଟିକଟ ଉପଲବ୍ଧ ହେବ। ସେହିପରି ଓସିଏ ଅନୁବନ୍ଧିତ ଆସୋସିଏସନ, କ୍ଲବ, ପ୍ରତିଷ୍ଠାନ ଓ କାଉନସିଲ ସଦସ୍ୟଙ୍କ ପାଇଁ ଟିକଟ ଫେବୃଆରୀ ୩ ଓ ୪ ରେ ବାରବାଟୀ ଷ୍ଟାଡ଼ିୟମସ୍ଥ ଓସିଏ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିକ୍ରି କରାଯିବ। ସାଧାରଣ ଦର୍ଶକଙ୍କ ଲାଗି କାଉଣ୍ଟର ଟିକଟ ଫେବୃଆରୀ ୫ ଓ ୬ରେ ବାରବାଟୀ ଷ୍ଟାଡ଼ିୟମସ୍ଥ କାଉଣ୍ଟରରେ ବିକ୍ରି କରାଯିବ। ଟିକଟ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିକ୍ରି କରାଯିବ। ଜଣେ ବ୍ୟକ୍ତିଙ୍କୁ ଅତି ବେଶିରେ ଦୁଇଟି ଟିକଟ କିଣିବାର ସୁଯୋଗ ମିଳିବ। ଟିକଟ ସଂଗ୍ରହକାରୀମାନେ ଏକ ପ୍ରମାଣପତ୍ର ସାଙ୍ଗରେ ଆଣିବା ବାଧ୍ୟତାମୂଳକ କରାଯାଇଛି। ଟିକଟ ବିକ୍ରି କେନ୍ଦ୍ର ଗୁଡିକ ସିସିଟିଭି ନଜରରେ ରହିବ। ଟିକଟ ବିକ୍ରି ଭାରତୀୟ ଷ୍ଟେଟବ୍ୟାଙ୍କ ଦ୍ବାରା ପରିଚାଳିତ ହେବ। ଜମାଟୋ ଏବଂ ଟିଆରଏସ୍‌ ଇଭେଣ୍ଟ ମ୍ୟାନେଜମେଣ୍ଟ ଦାୟିତ୍ବ ନେଇଛି । ଟିକଟ ବିକ୍ରିକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ନେଇ ବ୍ୟାପକ ବ୍ୟବସ୍ଥା କରାଯିବ। ବାରବାଟୀ ଷ୍ଟାଡ଼ିୟମର ମୋଟ୍‌ ଦର୍ଶକ କ୍ଷମତା ୪୪ ହଜାର ୫୭୪ ରହିଛି। ସେଥିମଧ୍ୟରୁ ୨୪ ହଜାର ୬୯୨ଟି ଟିକଟ ଅନ୍‌ଲାଇନ, ବକ୍ସ ଅଫିସ ଓ ଅନୁବନ୍ଧିତ ୟୁନିଟ୍‌କୁ ବିକ୍ରି କରାଯିବ। ଅବଶିଷ୍ଟ ଟିକଟ କାଉଣ୍ଟରରେ ଉପଲବ୍ଧ ହେବ । ଏହାଛଡ଼ା ମ୍ୟାଚ ଦିନ ଷ୍ଟାଡ଼ିୟମ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରହିବ। ମ୍ୟାଚ ଲାଗି ମୋଟ୍‌ ୫୦ କୋଟି ଟଙ୍କାର ବୀମା କରାଯାଇଛି ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ଓ ଇଂଲଣ୍ଡ ଫେବୃଆରୀ ୭ରେ ଭୁବନେଶ୍ବରରେ ପହଞ୍ଚିବେ। ଖେଳାଳିମାନେ ମେ ଫେୟାର ହୋଟେଲରେ ଅବସ୍ଥାନ କରିବେ। ୮ ତାରିଖ ଅପରାହ୍ଣ ୧ଟାରୁ ୪ଟା ପର୍ଯ୍ୟନ୍ତ ଇଂଲଣ୍ଡ ଓ ଅପରାହ୍ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭାରତୀୟ ଦଳ ବାରବାଟୀ ଷ୍ଟାଡ଼ିୟମରେ ଅଭ୍ୟାସ କରିବେ। ମ୍ୟାଚ ଅପରାହ୍ଣ ୧ଟାରୁ ଖେଳାଯିବ। ୧୦ ତାରିଖରେ ଦୁଇ ଦଳ ଭୁବନେଶ୍ବର ଛାଡ଼ିବେ। ଭୁବନେଶ୍ବରରୁ କଟକ ଅଭ୍ୟାସ ଓ ମ୍ୟାଚ ପାଇଁ ଯାତାୟତ ଲାଗି ୫ଟି ସ୍ବତନ୍ତ୍ର ଭଲଭୋ ବସ୍‌ର ବ୍ୟବସ୍ଥା କରାଯିବ। ଏହାଛଡ଼ା ଗ୍ୟାଲେରୀରେ ଓସିଏ ପକ୍ଷରୁ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇ ଦିଆଯିବ। ଷ୍ଟାଣ୍ଡଗୁଡ଼ିକରେ ଖାଦ୍ୟ ଷ୍ଟଲ ସହ ପାଣି ଜାର୍‌ ରହିବ। ଭେଣ୍ଡର ଗୁଡ଼ିକ ପକ୍ଷରୁ ଯେପରି ଷ୍ଟାଣ୍ଡ ଗୁଡ଼ିକରେ ଉଚ୍ଚ ଦରରେ ଖାଦ୍ୟ ବିକ୍ରି କରାନଯାଏ ସେଥିନେଇ ଓସିଏ ପକ୍ଷରୁ ଦୃ​‌ଷ୍ଟି ଦିଆଯିବ। ପ୍ରତି ଗ୍ୟାଲେରୀରେ ପରିଶ୍ରାଗାରର ବ୍ୟବସ୍ଥା ମଧ୍ୟ କରାଯିବ। ଫ୍ୟାନ ପାର୍କର ବ୍ୟବସ୍ଥା ରହିବା ସହ ଷ୍ଟାଡ଼ିୟମ ବାହାରେ ଓ କଟକର ବିଭିନ୍ନ ସ୍ଥାନରେ ବଡ ପରଦାରେ ଦର୍ଶକ ମ୍ୟାଚକୁ ଦେଖିବାର ସୁଯୋଗ ପାଇବେ। ଏହି ବୈଠକରେ ଓସିଏ କାର୍ଯ୍ୟକାରୀ ସଭାପତି ପଙ୍କଜ ଲୋଚନ ମହାନ୍ତି, ସିଏମ୍‌ସି ମେୟର ସୁବାସ ସିଂହ, ବିଧାୟକ ସୌଭିକ ବିଶ୍ବାଳ, ଇଂ ପ୍ରକାଶ ସେଠୀ, ସୋଫିଆ ଫିର୍ଦୋସ, ଈରାଶିଷ ଆଚାର୍ଯ୍ୟ, ସଞ୍ଜଳି ମୁର୍ମୁ, ମାନସ କୁମାର ଦତ୍ତ, ଦେବୀରଞ୍ଜନ ତ୍ରିପାଠୀ, କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ଡିସିପି ଜଗମୋହନ ମୀନା, ଆଇଏଏସ୍‌ ଦୀପଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories