bjd gruha runa

ନଜର ଆଢୁଆଳରେ  ପିପିଳିଆ ଘାଟି ମଙ୍ଗଳା ମନ୍ଦୀର

BJD Bijuli 480×75 Mob
ପାଟଣା : ପୁରୁଣା ୨୧୫ ନଂ ଜାତୀୟ ରାଜପଥ ୪ ଲେନ କରାଯିବା ପାଇଁ ଢେଙ୍କିକୋଟ-କେନ୍ଦୁଝର ମଧ୍ୟସ୍ଥ ପିପିଳିଆ ଘାଟି ମଙ୍ଗଳା ମନ୍ଦୀରକୁ ଭାଙ୍ଗି ଦିଆଯାଇଥିଲା। ସିମେଣ୍ଟ, ଇଟା, କଂକ୍ରିଟରେ ନିର୍ମିତ ଏହି ମନ୍ଦିରକୁ ଭାଙ୍ଗି ଦିଆଯିବା ସହ ନୂତନ ମନ୍ଦୀର ନିର୍ମାଣ ପାଇଁ ମଧ୍ୟ ଠିକା ସଂସ୍ଥା ପ୍ରତିଶ୍ରୁତି ଦେଇଥିଲା। ବାଧ୍ୟ ହୋଇ ପୂଜକ ରାସ୍ତାର ଅପର ପାର୍ଶ୍ଵରେ ଖୋଲା ଜାଗାରେ  ଅସ୍ଥାୟୀ ଆସ୍ଥାନରେ ମା’ଙ୍କ ମୂର୍ତ୍ତି ରଖି ଟିଣ ଛପର ଘରେ ପୂଜାର୍ଚ୍ଚନା କରି ଆସୁଛନ୍ତି। ଇତି ମଧ୍ୟରେ ୮ ବର୍ଷ ବିତି ଯାଇଥିଲେ ମଧ୍ୟ ମାଆଙ୍କ ପାଇଁ ନୂତନ ମନ୍ଦିର ନିର୍ମାଣ କରାଯାଇ ପାରିନାହିଁ।
ଏପରିକି ୫-ଟିରେ ଅନେକ ମଠ ମନ୍ଦିରର ରୂପାନ୍ତିକରଣ ସମ୍ଭବ ହୋଇଥିବା ବେଳେ ପିପିଳିଆର ଘାଟି ମଙ୍ଗଳା ମନ୍ଦିର ସମସ୍ତଙ୍କ ଦୃଷ୍ଟି  ଆଢୁଆଳରେ ରହିଯାଇଛି। ଏହି ମନ୍ଦିରର ପୁନଃ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବାକୁ ବୁଦ୍ଧିଜୀବି ମାନେ ମତ ରଖିଛନ୍ତି।

Comments are closed.