କୋଟିଆରେ ଶାନ୍ତି ଶୃଙ୍ଖଳାର ଭୋଟଗ୍ରହଣ ପାଇଁ ଜିଲା ପ୍ରଶାସନ ପ୍ରସ୍ତୁତ

ପଟାଙ୍ଗି: କୋରାପୁଟ ଜିଲାର ଆନ୍ଧ୍ର ଓଡ଼ିଶା ସିମାନ୍ତ ୧୪୫ ନଂ ପଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ବିବାଦୀୟ କୋଟିଆ ପଞ୍ଚାୟତ ରହିଛି। ଏହି ପଞ୍ଚାୟତର ଭୋଟରଙ୍କୁ ନେଇ ଉଭୟ ଆନ୍ଧ୍ର ଓଡ଼ିଶା ସିମାନ୍ତ ପାର୍ବତୀ ପୁରମ ମାନ୍ୟମ ଏବଂ କୋରାପୁଟ ଜିଲା ପ୍ରଶାସନ ପାଇଁ ଆହ୍ବାନ ସୃଷ୍ଟି କରିଛି। ତେବେ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କିର୍ତ୍ତୀଭାସନ କୋଟିଆ ପଞ୍ଚାୟତରେ ଶାନ୍ତି ଶୃଙ୍ଖଳାର ସହ ଶତପ୍ରତିଶତ ଭୋଟ ଗ୍ରହଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ପଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଳକ ନିର୍ବାଚନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି।
ସୁନାବେଡ଼ା ଏସଡିପିଓ ତଥା ଜୋନାଲ ଅଧିକାରୀ ମନୋବ୍ରତା ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୨ ପ୍ଳାଟୁନ ପୁଲିସ ଫୋର୍ସ, ଦୁଇଗୋଟି ଭ୍ରାମ୍ୟମାଣ ପୁଲିସ ସ୍କାଡ, ପ୍ରତ୍ୟେକ ବୁଥ ପାଇଁ ରନର, ପ୍ରତ୍ୟେକ ବୁଥ ପାଇଁ ଦୁଇ ଦୁଇ ଜଣ ପୁଲିସ, ସେକ୍ଟର ଅଧିକାରୀ ଦାୟିତ୍ଵରେ ଜଣେ ଇନ୍ସପେକ୍ଟରଙ୍କ ସହ କୋଟିଆ ଥାନା ଅଧିକାରୀ ଓ ପୁଲିସ ଫୋର୍ସ ମୁତୟନ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିବେ ବୋଲି ଜଣାପଡିଛି।
ଜିଲା ଆରକ୍ଷୀ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକରଙ୍କ ନିର୍ଦ୍ଦେଶନାରେ କୋଟିଆ ପଞ୍ଚାୟତ ରେ ଭୋଟ ଗ୍ରହଣ ପାଇଁ ସ୍ଵତନ୍ତ୍ର ପୋଲିସ ଫୋର୍ସ ସାଙ୍ଗକୁ ଶାନ୍ତି ଶୃଙ୍ଖଳା ର ସହ ଭୋଟ ଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଥିବା ଏସଡିପିଓ ମନୋବ୍ରତା ଶତପଥୀ ପ୍ରକାଶ କରିଛନ୍ତି। କୋଟିଆ ପଞ୍ଚାୟତ ୨୭ ଖଣ୍ଡ ଗ୍ରାମ ପୁଞ୍ଜ କୁ ନେଇ ଗଠିତ ହୋଇଥିବା ବେଳେ ୨୧ ଖଣ୍ଡ ଗ୍ରାମ ପୁଞ୍ଜ ବିବାଦ ଘେରରେ ରହିଛି।
prayash
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭୋଟ ଗ୍ରହଣ ୧୩ ତାରିଖରେ ହେଉଛି। ଦୁଇ ସିମାନ୍ତ ରାଜ୍ୟରେ ଗୋଟିଏ ଦିନରେ ଭୋଟ ଗ୍ରହଣ ହେଉଥିବା ବେଳେ ସିମାନ୍ତ କୋଟିଆ ପଞ୍ଚାୟତର ବିବାଦୀୟ ଗ୍ରାମ ପୁଞ୍ଜ ବାସିନ୍ଦା ଉଭୟ ରାଜ୍ୟର ସୁବିଧା ହାତେଉଥିବାରୁ ଉଭୟ ରାଜ୍ୟ ସରକାରଙ୍କ ନିର୍ବାଚନରେ ଅଂଶଗ୍ରହଣ କରି ଉଭୟ ରାଜ୍ୟର ପ୍ରତିନିଧିଙ୍କୁ ଭୋଟଦାନ କରି ଖୁସି କରିବାକୁ ଯାଉଥିବା ଜଣାପଡିଛି।
ଓଡ଼ିଶା ପକ୍ଷରୁ କୋଟିଆ ପଞ୍ଚାୟତର ୫୫୦୨ ଜଣ ଭୋଟର ୯ ଗୋଟି ବୁଥରେ ସେମାନଙ୍କ ମତ ସାବ୍ୟସ୍ତ କରିବେ।କୋଟିଆ, ଟାଉପଦର, ଏବଂ ଥୁରିଆ ତିନୋଟି ବୁଥ ସାଧାରଣ ଥିବା ବେଳେ ତଳକାଣ୍ଟି, ଫାଟୁସିନେରୀ, ମାଡକାର, ଗଞ୍ଜେଇ ପଦର, ଗୁମେଲପଦର ପଦର, ରଣାସିଂ ଆଦି ୬ ଗୋଟି ବୁଥ ସମ୍ବେଦନଶୀଳ ରହିଛି। ରଣାସିଂ ବୁଥରେ ନାରେଡିବାଲସା, ତାଡିବାଲାସା ଆରଜୁବାଲସା ଧୁଳିପଦର, ରଣାସିଂ ଗ୍ରାମ ପୁଞ୍ଜ ର୫୮୪ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଫଗୁଣ ସିନେରୀ ବୁଥ ରେ ଫଗୁଣ ସିନେରୀ, ଫାଟୁସିନେରୀ,ହରମାଣ୍ଡାଙ୍ଗି, ମହିପାଣି, ତଳସେମ୍ବି ଉପରସେମ୍ବି ଆଦି ଗ୍ରାମ ର୫୯୮ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।
ମାଡକାର ବୁଥରେ ମାଡକାର ଡଲିଆମ୍ବ, ସଲପଗୁଡା କୋନାଦୋରା, ଆଦି ଗ୍ରାମ ର୩୩୫ ଜଣ,  ଗଞ୍ଜେଇ ପଦର ବୁଥ ରେ ଉପର ଗଞ୍ଜେଇ ପଦର, ତଳଗଞ୍ଜେଇ ପଦର, କୁରୁଡିପଦର ଆଦି ଗ୍ରାମ ର ୭୬୯ ଜଣ, ଗୁମେଲପଦର ବୁଥ ରେ ୬୦୮ ଜଣ  ତଳକାଣ୍ଟି ବୁଥ ରେ ୨୮୬ ଜଣ , କୋଟିଆ ବୁଥ ରେ ଜାନିଗୁଡା, କୋଟିଆ, ସୁଲିଆମାରି, କାଟରଗୁଡା, ଗ୍ରାମ ର ୫୧୦ ଜଣ,ଥୁରିଆ ବୁଥରେ ଥୁରିଆ, କରଞ୍ଜଗୁଡା ଆଦି ଗ୍ରାମ ର ୮୬୦ଜଣ , ଟାଉପଦର ବୁଥରେ ଟାଉପଦର, ତଳବାରାବନ୍ଧ ଉପର ବାରାବନ୍ଧ ଆଦି ଗ୍ରାମ ର ୯୫୨ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।
ତେବେ ପଡୋଶୀ ଆନ୍ଧ୍ର ପ୍ରଦେଶର ପାର୍ବତୀ ପୁରମ ମାନ୍ୟମ ଜିଲା ପ୍ରଶାସନ ପକ୍ଷରୁ ସାଲୁର ମଣ୍ଡଳମ ଅଧୀନ ନାରେଡିବାଲସା ଏବଂ ତୋନମ ଠାରେ ବୁଥ କରି ୨୫୫୪ ଜଣ ଭୋଟର ଙ୍କୁ ନିଜ ସପକ୍ଷରେ ଭୋଟ ନେବାକୁ ଉଦ୍ୟମ ଜାରି ରଖିଥିବା ଅଭିଯୋଗ ହେଉଛି। ଫଗୁଣ ସିନେରୀ ଏବଂ ରଣାସିଂ ବୁଥ ଅଧିନରେ ଥିବା ଗ୍ରାମ ଗୁଡ଼ିକ ଆନ୍ଧ୍ର ସିମାନ୍ତ କୁ ସ୍ଵର୍ଷ କରୁଥିବା ବେଳେ ବୁଥଠାରୁ ବହୁ ଦୂରରେ ଗ୍ରାମଗୁଡିକ ରହିଛି।ସେହିଅନୁସାରେ ଭୋଟର ଙ୍କୁ ସୁବିଧା ଯୋଗାଇ ଦିଆଗଲେ ସେମାନେ ସୁବିଧାରେ ଭୋଟ ଦେଇ ପାରିବେ ବୋଲି ଜଣାପଡିଛି।

Comments are closed.