www.samajalive.in
Monday, December 15, 2025
24.1 C
Bhubaneswar

ଅସହାୟ ନାବାଳିକାକୁ ମିଳିଲା ମାଆ; ସୁଭଦ୍ରାକୁ କନ୍ୟା ଭାବେ ଗ୍ରହଣକଲେ ସୁରେଶ୍ଵରୀ

ପାଟଣା: ଗତ ୨୪ ତାରିଖ ଦୈନିକ ଖବର କାଗଜ ‘ସମାଜ’ରେ ‘ଆବାସ ଖଣ୍ଡିଏ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଭଦ୍ରା’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଅସହାୟ ଅନାଥ ନାବାଳିକା ମଲ୍ଲିପଶୀର ସୁଭଦ୍ରା ନାଏକଙ୍କ ଘରେ ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ ଦେଇ ବିଜୁଳି ଜଳାଇ ଥିବା ବେଳେ ଗତକାଲି ସୁଭଦ୍ରାଙ୍କୁ ପୁଣି ଛୁଟିଛି ସାହାଯ୍ୟର ସୁଅ । ଶନିବାର ହାଟଡିହିର ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଡକ୍ଟର ସୁରେଶ୍ଵରୀ ସାଗରିକା ଜେନା ଓ ତାଙ୍କ ସହଯୋଗୀ ମାନେ ପାଟଣା ବ୍ଲକ ମଲ୍ଲିପଶି ଗ୍ରାମରେ ପହଞ୍ଚି ସୁଭଦ୍ରାଙ୍କୁ ୩ ମାସ ପାଇଁ ଖାଦ୍ୟ ସାମଗ୍ରୀ ସହ ପୋଷାକ, ଶୁଖିଲା ଖାଦ୍ୟ ଓ ସୁଭଦ୍ରାଙ୍କ +୨ ନାମ ଲେଖା ପାଇଁ ୬ହଜାର ଟଙ୍କା ପ୍ରଦାନ କରିଛନ୍ତି ।

ଖାଲି ଏତିକି ନୁହେଁ ସେ ବଞ୍ଚିଥିବା ଥିବା ଯାଏଁ ସୁଭଦ୍ରାଙ୍କୁ କନ୍ୟା ଭାବେ ଗ୍ରହଣ କରି ତାହାର ସମସ୍ତ ଖର୍ଚ୍ଚ ବହନ କରିବା ସହ କନ୍ୟା ଦାନ କରି ବିବାହ କରାଇବେ ବୋଲି ଗ୍ରାମବାସୀଙ୍କ ଆଗରେ ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବତନ ସରପଞ୍ଚ ଅନାଦି ମହାନ୍ତ, ଗ୍ରାମର ପାର୍ଥ ସାରଥୀ ବେଜ , ଅରୁଣ ବେଜ ଓ ବୈରାଗୀ ରଣାଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସୁରେଶ୍ଵରୀ ଅନାଥ ସୁଭଦ୍ରାକୁ କନ୍ୟା ଭାବେ ଗ୍ରହଣ କରିଛନ୍ତି । ସୁଭଦ୍ରା ନୂଆକରି ମା’ଙ୍କୁ ପାଇ ବେଶ୍ ଖୁସିରେ ଆନନ୍ଦାଶ୍ରୁ ଗଡାଇବା ଦେଖା ଯାଇଥିଲା ।

- Advertisement -

ଏପରିକି ତାକୁ ସରକାରୀ ସହଯୋଗରେ ଆବାସ ମିଳିବା ପର୍ଯ୍ୟନ୍ତ ପୁରୁଣା ଘରର ମରାମତି ଓ ବାଡ଼ି ବୁଜା ମଧ୍ୟ ସେ ଗଣେଶ ପୂଜା ପରେ ଆସି କରାଇବେ ବୋଲି ସୁରେଶ୍ଵରୀ ଏଠାରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସୂଚନା ଯୋଗ୍ୟ ଯେ ନିଜର ଜନ୍ମକଲା ପିତାମାତା କିଏ ଜାଣିନଥିବା ଅବସ୍ଥାରୁ ମଲ୍ଲିପଶିର ସୁଭଦ୍ରା ନାଏକ(୧୭) ମଲ୍ଲିପଶି ଗ୍ରାମର ବିଜୟ ନାଏକ ଓ ରମି ନାଏକଙ୍କ ପାଳିତ କନ୍ୟା ଭାବେ ପରିଚୟ ପାଇଥିବା ବେଳେ ୨୦୧୯ରେ ଆଗ ପଛ ହୋଇ ବିଜୟ ଓ ତାଙ୍କ ପତ୍ନୀ ମୃତ୍ୟୁ ବରଣ କରିବା ପରେ ସୁଭଦ୍ରା ଅତ୍ୟନ୍ତ ଅସହାୟ ଭାବେ ମୁଲ ମଜୁରୀ ଲାଗି ଚଳୁଥିଲେ ।

ପରେ ମାଟ୍ରିକ ପାସ କରି ମଧ୍ୟ +୨ ପଢ଼ି ପାରୁନଥିବା ଏହି ଖବର କାଗଜରେ ପ୍ରଥମେ ଲୋକଲୋଚନକୁ ଆସିଥିଲା । ଗତକାଲି ଶନିବାର ଜୟଦୁର୍ଗା ଫାଉଣ୍ଡେସନର ଅଧ୍ୟକ୍ଷା ଡ଼କ୍ଟର ସୁରେଶ୍ଵରୀ ସଗରିକା ଜେନାଙ୍କ ସହ ଉମାକାନ୍ତ ରାଉତ ,ଅର୍ଜୁନ ଖଣ୍ଡା, ଶ୍ରିଲେଖା ଜେନା, ଅନ୍ନପୂର୍ଣ୍ଣା ସାହୁ ଓ କିଶୋର କୁମାର ସିଂହ ପ୍ରମୁଖ ମଲ୍ଲିପଶିର ସୁଭଦ୍ରାଙ୍କ ଘରକୁ ଆସିଥିବା ଦେଖିବରକୁ ମିଳିଥିଲା ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories