ସାହରାପଡା ଅଞ୍ଚଳରେ ହାତୀ ଉପଦ୍ରବ; ଘର ଭାଙ୍ଗିବା ସହ ନଷ୍ଟ କଲେ ଧାନ ଫସଲ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହରାପଡା ଅଞ୍ଚଳରେ କିଛି ମାସ ବ୍ୟବଧାନରେ ପୁଣି ୧୮ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ହାତୀପଲ କରଞ୍ଜିଆ ରେଞ୍ଜରୁ ଆସି ସାହରାପଡା ସେକ୍ସନ ଅଞ୍ଚଳରେ ୪ଟି ଘର ଭାଙ୍ଗି ଦେଇଛନ୍ତି । ଏହି ହାତୀପଲ  ବାଇକଳା, ବାଲିତୋଟା, ଗୋଜିଟାଙ୍ଗିରି ଓ ଚାତରପାଣି ଗ୍ରାମର ଧାନ ଫସଲ ନଷ୍ଟ କରିବା ସହ ଏବେ ଏହି ହାତୀପଲ ଦୁଇ ଭାଗ ହୋଇ ଗୋଜିଟାଙ୍ଗିରି ଓ ଜଗନ୍ନାଥପୁର ଗ୍ରାମ ନିକଟରେ ଥିବା ସୂଚନା ମିଳିଛି l ହାତୀପଲରେ ୩ଟି ଦନ୍ତା, ୬ ଟି ମାଈ ହାତୀ ଓ ୯ଟି ଛୁଆହାତୀ ଥିବା ବନ ବିଭାଗ ସୂଚନା ଦେଇଛି । ଗାଁ ନିକଟରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ହାତୀ ପଲକୁ ଗାଁ ନିକଟରୁ ଘଉଡାଇବାକୁ ଦାବି ହୋଇଛି ।  ଅନ୍ୟ ପକ୍ଷରେ ହାତୀପଲ ଉପରେ ବନ ବିଭାଗ ନଜର ରଖିଥିବା ପାଟଣା ରେଞ୍ଜର ସୂଚନା ଦେଇଛନ୍ତି ।

kalyan agarbati

Comments are closed.