ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ସାହାରପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୨୩୦ କେଜି ମହୁଲ ପୋଚ ନଷ୍ଟ କରାଯିବା ସହ ୧୨୦ ଲିଟର ମହୁଲି ମଦ ଜବତ କରାଯାଇଛି। ଏହା ସହ ଗୋଟିଏ ବାଇକ୍ ଜବତ କରିଛି ଅବକାରୀ ବିଭାଗ। ଏହି ଚଢ଼ାଉ ସମୟରେ କାଳିଆଦୁମା ଗ୍ରାମର ରବି ବେହେରା ଓ ମାଛଗଡର ନିତ୍ୟାନନ୍ଦ ମଣ୍ଡଳଙ୍କୁ ବେଆଇନ ମଦ କାରବାର ଅଭିଯୋଗରେ ଅବକାରୀ ବିଭାଗ ଗିରଫ କରିଥିବା ବେଳେ ଗୋଧିନାଳି ଗ୍ରାମର ଚୋରା ମଦଭାଟିରୁ ଏକ ହିରୋ ବାଇକକୁ ଜବତ କରିଛି। ଏହି ଚଢ଼ାଉରେ ପାଟଣା ଅବକାରୀ ବିଭାଗ ଓ ଘଟଗାଁ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ଥିଲେ।
Popular Categories



