www.samajalive.in
Sunday, December 14, 2025
19.1 C
Bhubaneswar

ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କରୋନା ପ୍ରତିଷେଧକ କିଟ ପ୍ରଦାନ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କେନ୍ଦୁଝର ଜିଲ୍ଲା ରେଡ଼କ୍ରସ ଆନୁକୂଲ୍ୟରେ ଅନୁଷ୍ଠାନର ଯୁବ ରେଡ଼କ୍ରସ ଶାଖା ସହଯୋଗ ରେ ଗରିବ ଅସହାୟ ବୃଦ୍ଧ, ମହିଳାଙ୍କୁ ଆଜି କରୋନା ପ୍ରତିଷେଧକ କିଟ ପ୍ରଦାନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ରେଡ଼କ୍ରସ ଚେୟାରମ୍ୟାନ ତଥା ଅଧ୍ୟକ୍ଷ ଶରତ ଚନ୍ଦ୍ର ମହାନ୍ତ ଓ ପରାମର୍ଶଦାତା ପ୍ରାଧ୍ୟାପକ ଡକ୍ଟର କୁଳମଣି ପ୍ରଧାନ ଉପସ୍ଥିତ ରହି ତୁଣ୍ଡି ,ସାବୁନ, ତେଲ, ଟୁଥ ପେଷ୍ଟ, ବ୍ରସ, ମଖା ସାବୁନ ଓ ସାନିଟାରୀ ପ୍ୟାଡ଼ କିଟ ବଣ୍ଟନ କରିଥିଲେ। ଆସିଥିବା ମହିଳାମାନଙ୍କୁ ହାତ ଧୋଇବା ଓ ତୁଣ୍ଡି ବ୍ୟବହାର ପାଇଁ ସତର୍କ ପଦକ୍ଷେପ ମାନ ଡକ୍ଟର କୁଳମଣି ପ୍ରଧାନ ବୁଝାଇଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଅନାମ ଚରଣ ବେହେରା, ପ୍ରାଧ୍ୟାପକ ଅଶ୍ଵସ୍ଥମା ଗିରି, ପ୍ରାଧ୍ୟାପକ ଯତୀନ୍ଦ୍ର ମିଶ୍ର, ପ୍ରାଧ୍ୟାପକ ମହେଶ କୁମାର ଚାଟାର୍ଜୀ, ରାଜେନ୍ଦ୍ର ମହାନ୍ତ, ରମେଶ ଚନ୍ଦ୍ର ସାହୁ, ସୁଧାଂଶୁ ଶେଖର ସାହୁ, ମଦନ ସାହୁ ଓ ଯତୀନ୍ଦ୍ର ସାହୁ ସହଯୋଗ କରିଥିବାବେଳେ ରେଡ଼କ୍ରସ ସ୍ବେଛାସେବୀ ଚନ୍ଦ୍ରାବତୀ ମହାନ୍ତ, ଧଉଳି ନାଏକ, କଲ୍ୟାଣୀ ପାତ୍ର, ନନ୍ଦିନୀ ଅଲଦା ଓ ପାର୍ବତୀ ପାତ୍ର ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଜିଲ୍ଲା ରେଡକ୍ରସ ସଂଯଯୋକ ଅଧ୍ୟାପକ ହିମାଂଶୁ ଶେଖର ମହାନ୍ତ, ଜିଲ୍ଲା ରେଡ କ୍ରସ ଯୁଗ୍ମ ସଂପାଦକ ଏ. ଆର. ଖାନ ତଥା ଆସିଥିବା ବୃଦ୍ଧ, ମହିଳା ଏବଂ କର୍ମଚାରୀଙ୍କୁ ଡ଼କ୍ଟର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories