www.samajalive.in
Monday, December 15, 2025
24.1 C
Bhubaneswar

ପୁରୁମୁଣ୍ଡା ପଞ୍ଚାୟତରେ କଂଗ୍ରେସର ନିର୍ବାଚନୀ ସଭା

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ପୁରୁମୁଣ୍ଡାର ମହାବୀର ପଡିଆରେ ଘଟଗାଁ ବ୍ଲକ୍ କଂଗ୍ରେସ ସଭାପତି ପ୍ରଭାକର ନାୟକଙ୍କ ଅଧକ୍ଷତାରେ କଂଗ୍ରେସର ଏକ ପଞ୍ଚାୟତ ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ମୂଖ୍ୟଅତିଥି ଭାବେ ଜିଲ୍ଲା ପ୍ରଭାରୀ ରତିକାନ୍ତ ବରାଳ ଯୋଗ ଦେଇ କର୍ମିଙ୍କୁ ବର୍ତମାନ ସମୟରେ ଛାତ୍ର ସମାଜ, ଯୁବକ ସମାଜ ଏବଂ ମହିଳା ସମାଜ ସମସ୍ତଙ୍କୁ ଏକଯୁଟ ହେବାକୁ ପଡିବ, ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କିପରି ମହିଳା ମାନଙ୍କ ଭୁମିକା ଅଗ୍ରଣୀ ହେବ ସେଥିପ୍ରତି କଂଗ୍ରେସ ତରଫରୁ ପ୍ରାଥମିକତା ଦିଆଯିବ ବୋଲି କହିଥିଲେ ଏବଂ ଶାସକ ଦଳର ୨୨ ବର୍ଷର କୁଶାସନ ତଥା ବେକାରୀ ସମସ୍ୟା, ଚାଷିମାନେ ଧାନ ବିକ୍ରୟକୁ ନେଇ ସମ୍ମୁଖିନ ହେଉଥିବା ସମସ୍ୟାକୁ ନେଇ ସରକାରଙ୍କ ଅପାରଗତାକୁ ନେଇ ବର୍ଷି ଥିଲେ ଏବଂ ଶାସକ ଦଳ କିଭଳି ବର୍ଷ ସାରା ଲୋକଙ୍କୁ ଠକି ନିର୍ବାଚନ ସମୟରେ ହିଁ ଯୋଜନା ପରେ ଯୋଜନାର ଲାଳସା ଦେଖାଇ ଭୋଟ ଭିକ୍ଷା କରୁଛି, ଏହି ପ୍ରକାର ଛଳନାକୁ ସାଧାରଣ ଜନତା ଆଗାମୀ ନିର୍ବାଚନରେ ଉଚିତ୍ ଶିକ୍ଷା ଦେବେ ବୋଲି ମତ ରଖିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଦେବେନ୍ଦ୍ର ନାଥ ନାଏକ, ଗୋରେଖ ନାଏକ, ପ୍ରବୀଣା ଦଣ୍ଡପାଟ, ସୁଶାନ୍ତ ନାଏକ, ଭଗବାନ ମହାନ୍ତ, ଜେମାମଣୀ ମହାନ୍ତ, ଦୟାନିଧି ମହାନ୍ତ, ସରତ ବେହେରା, ବିନୀତା ନାୟକ, ପଞ୍ଚାୟତ ସଭାପତି ସୁଦାମ ପଲେଇ, ରମେଶ ଚନ୍ଦ୍ର ନାୟକ, ମହୁର ଚରଣ ବେଟି, ରୋହିତ କୁମାର ବାରିକ, ଦିନ ବନ୍ଧୁ ବାରିକ, ବସନ୍ତ କୁମାର ବାରିକ, ସିରୋପାଣୀ ମହାନ୍ତ, ଚନ୍ଦ୍ର ମୋଦି, ନିଶାକର ମୋଦି, ବଳରାମ ନାୟକ, ଗୀତାଞ୍ଜଳୀ ମହାନ୍ତ, ବୀଣାପାଣୀ ନାୟକ, ଅମ୍ବିକା ଦେହୁରୀ, ଭଜହରୀ ମହାରଣା, ପ୍ରଦୀପ ବାରିକ, ବିଜୟ ନାୟକ, ସୁଶାନ୍ତ ନାୟକ, ନରୋତ୍ତମ ମହାନ୍ତଙ୍କ ସମେତ ୩୦୦ ରୁ ଅଧିକ କର୍ମି ଯୋଗଦେଇ ସରପଞ୍ଚ ଏବଂ ସଭ୍ୟ ପ୍ରାର୍ଥି ମନୋନୟନରେ ଭାଗ ନେଇ ବିପୁଳ ସଂଖ୍ୟାରେ ସେମାନଙ୍କୁ ଜୟଯୁକ୍ତ କରାଇବା ପାଇଁ ଶପଥ ନେଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories