ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଠାରେ ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ୨୫ ତମ ପ୍ରତିଷ୍ଠା ଦିବସ ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜୁ ଜନତା ଦଳର ୨୫ବର୍ଷର ସଫଳତାର ଯାତ୍ରା ସହ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ବକ୍ତବ୍ୟ ରଖିବା ସହ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମସ୍ତ କର୍ମୀ ଏକ ହୋଇ ଜିଲାପରିଷଦ, ସରପଞ୍ଚ ଓ ସମିତି ସଭ୍ୟ ପ୍ରାଥୀଙ୍କୁ ବିଜୟୀ କରିବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ ।
କାର୍ଯ୍ୟକ୍ରମରେ ପୂର୍ବତନ ପାଟଣା ବିଧାୟକ ତଥା ପାଟଣା ବିଧାୟକ ଙ୍କ ପିତା କାହ୍ନୁଚରଣ ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଜିଲ୍ଲାପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ ଓ ସୁରମାଲ ବେହେରା, ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଭଞ୍ଜ, ସମ୍ପାଦକ ନିରଞ୍ଜନ ତ୍ରିପାଠୀ, ବ୍ଲକ ଯୁବ ବିଜେଡ଼ି ସଭାପତି ରଘୁବର ମହାନ୍ତ, ଛାତ୍ର ବିଜେଡ଼ି ସଭାପତି ଅବିନାଶ ରଣା, ବ୍ଲକ ମହିଳା ସଭାନେତ୍ରୀ ସୁକାନ୍ତି ମହାନ୍ତ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ମଞ୍ଜୁପ୍ରିୟା ସାହୁ, ମୁଷାଖୋରୀ ସରପଞ୍ଚ ଭାମାମଣୀ ଦାସ, ଚିନାମାଳିପଶି ସରପଞ୍ଚ କନକଲତା ନାୟକ, ବୁଢୀକାପୁଡି ସରପଞ୍ଚ ଯଦୁମଣି ନାଏକ, ସମିତି ସଭ୍ୟ ଡମ୍ବରୁଧର ମହାନ୍ତ, ଯମୁନାପଶି ସରପଞ୍ଚ ମମତାମୟୀ ନାୟକ, ସମିତି ସଭ୍ୟ ଗୋକୁଳ ଚନ୍ଦ୍ର ନାଏକ, ବରିଷ୍ଠ ନେତା ଅଙ୍କୁର ମହାନ୍ତ, ମନମୋହନ ବେହେରା, ପ୍ରଫୁଲ୍ଲ କୁମାର ନାଏକ, ବିରେନ୍ଦ୍ର କୁମାର ମହାନ୍ତ, ଆର୍ତ୍ତତ୍ରାଣ ମହାନ୍ତ, ଅଜୟ ପଟ୍ଟନାୟକ ଓ ନେତ୍ରୀ ରୁନୁ ମହାନ୍ତ, ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ, ରମେଶ ଚନ୍ଦ୍ର ନାଏକ, ନାରଙ୍ଗ ନାଏକ, ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ, ସରସକୋଲା ସରପଞ୍ଚ ଜୟନ୍ତୀ ପଇଦା ପ୍ରମୁଖ କାର୍ଯ୍ୟକ୍ରମ ରେ ଦଳର ସଫଳତା ସମ୍ପର୍କରେ ମତ ରଖିଥିବା ବେଳେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଅଞ୍ଚଳର ପାଖାପାଖି ଅନ୍ୟୁନ ପାଞ୍ଚ ହଜାର ଦଳୀୟ କର୍ମୀ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ଶିକ୍ଷା, ସମାଜ ସେବା, କୃଷି, ପରିବେଶ ସୁରକ୍ଷା, ସମାଜ ସେବା ଓ କଳା କ୍ଷେତ୍ରରେ ରାମଚନ୍ଦ୍ର ନାୟକ, ରବିନ୍ଦ୍ର କୁମାର ବେଜ, ଅଙ୍କୁର ନାୟକ, ରାମଚନ୍ଦ୍ର ମହାନ୍ତ, ପ୍ରଦୀପ କୁମାର ସାହୁ, ହରିହର ନାୟକ, ବବିତା ମହାନ୍ତ, ପୁରନ୍ଦର ନାଏକ ଓ ପାରେଶ୍ବର ମହାନ୍ତ ଙ୍କୁ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଉପାୟନ ଓ ଅଙ୍ଗବସ୍ତ୍ର ଦେଇ ଦଳର ୨୫ତମ ପ୍ରତିଷ୍ଠା ଦିବସରେ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଭାସୀ ସନ୍ଦେଶକୁ କର୍ମୀମାନେ ହୁଳହୁଳି ଓ ତାଳିମାରି ସ୍ବାଗତ କରିଥିଲେ।



