www.samajalive.in
Monday, December 15, 2025
24.1 C
Bhubaneswar

ଏସୀୟ କ୍ରୀଡ଼ା: ପାରୁଲ ଚୌଧୁରୀଙ୍କୁ ସ୍ୱର୍ଣ୍ଣ, ମହମ୍ମଦ ଜିତିଲେ ରୌପ୍ୟ, ବିଥ୍ୟା ଓ ପ୍ରବୀଣଙ୍କୁ ବ୍ରୋଞ୍ଜ

ହାଙ୍ଗ୍‌ଝୌ: ଚଳିତ ୧୯ତମ ଏସୀୟ କ୍ରୀଡ଼ାରେ ଆଜି ଭାରତର ପ୍ରଦର୍ଶନ ଜବରଦସ୍ତ ରହିଛି। ବିଶେଷ କରି ଦୌଡ଼କୁଦରୁ ଭାରତକୁ ଗୋଟିଏ ପରେ ଗୋଟିଏ ପଦକ ମିଳିବାରେ ଲାଗିଛି। ଆଜି ପାରୁଲ ଚୌଧୁରୀଙ୍କୁ ସ୍ୱର୍ଣ୍ଣ, ମହମ୍ମଦ ଜିତିଲେ ରୌପ୍ୟ, ବିଥ୍ୟା ଓ ପ୍ରବୀଣଙ୍କୁ ବ୍ରୋଞ୍ଜ ମିଳିଛି।

ଆଜି ଭାରତକୁ ମିଳିିଛି ଆଉ ଏକ ସ୍ବର୍ଣ୍ଣ ପଦକ। ମହିଳା ୫ ହଜାର ମିଟର ଦୌଡ଼ରେ ପାରୁଲ ଚୌଧୁରୀ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୧୫.୧୪.୭୫ ମିନିଟରେ ଧାର୍ଯ୍ୟ ଟାର୍ଗେଟକୁ ଅତିକ୍ରମ କରି ଏପରି କୀର୍ତ୍ତିମାନ ହାସଲ କରିଛନ୍ତି।

- Advertisement -

୪୦୦ ମିଟର ମହିଳା ହଡଲ୍ସରେ ଭାରତର ବିଥ୍ୟା ରାମରାଜ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ୫୫.୬୮ ସେକେଣ୍ଡରେ ଧାର୍ଯ୍ୟ ଦୂରତାକୁ ଅତିକ୍ରମ କରି ଏପରି ସଫଳତା ହାସଲ କରିଛନ୍ତି। ପ୍ରବୀଣ ଚିତ୍ରବେଲ ଟ୍ରିପଲ ଜମ୍ପରେ ୧୬.୬୮ ମିଟରକୁ ଡିଆଁ ମାରି ବ୍ରୋଞ୍ଜ ପଦକ ଜିତିଛନ୍ତି। ୮୦୦ ମିଟର ଦୌଡ଼ରେ ମହମ୍ମଦ ଅଫସଲ ରୌପ୍ୟ ପଦ ପାଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories