www.samajalive.in
Sunday, December 14, 2025
17.1 C
Bhubaneswar

ରେଙ୍ଗାଲି ଆରଆଇ ଅଫିସ ପାଖରେ ଜମା ହୋଇ ରହୁଛି ଦୂଷିତ ପାଣି

ରେଙ୍ଗାଲି : ସରକାରଙ୍କ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ରାସ୍ତା ଘାଟ, ସ୍କୁଲ, କଲେଜ, ବିଭିନ୍ନ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପରିବେଶକୁ ସ୍ବଚ୍ଛ ରଖିବାକୁ ଆହ୍ଵାନ ଦିଆଯାଇଥିଲା। ତେବେ ଏହି ଆହ୍ବାନ ରେଙ୍ଗାଲି ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ବ୍ୟତିକ୍ରମ ହୋଇଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ରାଜସ୍ବ ନିିିରୀକ୍ଷକ କାର୍ଯ୍ୟାଳୟକୁ ଯିବାକୁ ହେଲେ କାର୍ଯ୍ୟାଳୟ ସମ୍ମୁଖରେ ମଳମୂତ୍ର ମିଶ୍ରିତ ଦୁର୍ଗନ୍ଧଯୁକ୍ତ ପାଣି ଜମା ହୋଇ ରହୁଥିବା ନାଳ ଅତିକ୍ରମ କରି ଯିବାକୁ ପଡୁଛି। ସରକାର ସ୍ବଚ୍ଛ ଭାରତ ଅଭିଯାନକୁ ଗୁରୁତ୍ବ ଦେଉଥିବା ବେଳେ ରେଙ୍ଗାଲି ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ପାଖରେ ଦୂଷିତ ଦୁର୍ଗନ୍ଧଯୁକ୍ତ ପାଣି ଜମା ହୋଇ ରହୁଥିଲେ ମଧ୍ୟ ଏହାର ପ୍ରତିକାର କରାଯାଉ ନଥିବାରୁ ଜନସାଧାରଣରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ଏଭଳି ପ୍ରଦୂଷିତ ପରିବେଶ ଡେଙ୍ଗୁ ମ୍ୟାଲେରିଆ ଆଦି ରୋଗ ବାହକ ମଶାମାନଙ୍କ ବଂଶ ବୃଦ୍ଧିରେ ସହାୟକ ହେଉଥିବାରୁ ଏହାର ଆଶୁ ପ୍ରତିକାର କରାଯିବାକୁ ଦାବୀ ହେଉଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories