www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରବଳ ବର୍ଷା ଓ ପବନରେ ଧାନ ଫସଲ ନଷ୍ଟ

ରେଙ୍ଗାଲି: ଗତ କିଛିଦିନ ହେଲା ପ୍ରବଳ ବର୍ଷା ଓ ପବନ ଯୋଗୁଁ ରେଙ୍ଗାଲି ବ୍ଲକ ଅଞ୍ଚଳରେ ଚାଷ ହୋଇଥିବା ସଅଳ ଅମଳକ୍ଷମ ଧାନ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ବିଗତ ବର୍ଷମାନଙ୍କରେ କ୍ରମାଗତ ଅନିୟମିତ ଓ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀ ସଅଳ ଅମଳକ୍ଷମ ଧାନ ଚାଷକୁ ପ୍ରାଧାନ୍ୟ ଦେଇ ଚାଷ କରୁଛନ୍ତି। ସଂପ୍ରତି ସଅଳ ଅମଳକ୍ଷମ ଧାନ କ୍ଷୀର ଢୋକି ସାରି ପାକଳ ଅବସ୍ଥାରେ ଥିବା ବେଳେ ତୁହାକୁ ତୁହା ପ୍ରବଳ ବର୍ଷା ଓ ପବନ ଫଳରେ ଧାନ ଗଛ ଜମିରେ ଶୋଇ ପଡ଼ି ପାଣିରେ ତିନ୍ତୁଛି। ଏହି ଅବସ୍ଥା ଯୋଗୁଁ ଚାଷୀ ଘୋର କ୍ଷତିଗ୍ରସ୍ତ ହେଉଛନ୍ତି। ଏମିତି ବର୍ଷା ଲାଗିରହିଲେ ଧାନ ଫସଲ ପାଣିରେ ପଚି ସଢିଯିବାର ଆଶଙ୍କା ରହିଛି। ବର୍ଷା ଓ ପବନ ଫଳରେ ଏବେ ଯେଉଁ ଧାନ ଫସଲରେ ଫୁଲ ଧରିଛି ତାହା ପବନରେ ଝଡି ଯାଇ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଚାଷୀ ମହଲରେ ଦାବୀ ହେଉଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories