www.samajalive.in
Sunday, December 14, 2025
23.1 C
Bhubaneswar

ଜଳସେଚନ ମାଧ୍ୟମରେ କୃଷିର ଉନ୍ନତି ହେଲେ ଓଡ଼ିଶା ସଶକ୍ତ ହେବ-ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଉଠା ଜଳସେଚନ ନିଗମର ୫୧ତମ ପ୍ରତିଷ୍ଠା ଦିବସ ରବିବାର ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ।
ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଟୁକୁନି ସାହୁ ବୃହତ୍, ମଧ୍ୟମ ଏବଂ କ୍ଷୁଦ୍ର ଜଳସେଚନ ଆଦି ମାଧ୍ୟମରେ କରାଯାଉଥିବା ରାଜ୍ୟରେ ଜଳ ସେଚନର ସ୍ଥିତି ଉପସ୍ଥାପନ କରି କହିଥିଲେ ଯେ ଅଦ୍ୟାବଧି ଓଏଲଆଇସି ମାଧ୍ୟମରେ ୧୫ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳ ସେଚନ କରାଯାଉଥିଲେ ମଧ୍ୟ ଆଗାମୀ ଦିନରେ ଆମର ଲକ୍ଷ୍ୟ ଆହୁରି ଅଧିକ ରହିଛି । ଓଏସଆଇସି କାର୍ୟ୍ୟର ପ୍ରଶଂସା କରି କହିଥିଲେ ଯେ, ବିଗତ ୫ ବର୍ଷରେ ନିଗମରୁ ଆମେ ପ୍ରାୟ ୩ ଗୁଣା ସଫଳତା ପାଇଛୁ। କୃଷି ପ୍ରଧାନ ରାଜ୍ୟ ଓଡ଼ିଶା ଜଳ ସେଚନ ମାଧ୍ୟମରେ କୃଷକମାନେ ସଶକ୍ତ ହେଲେ ଓଡିଶା ସଶକ୍ତ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ମନ୍ତ୍ରୀ ଟୁକୁନି ସାହୁ ଆହୁରି ମଧ୍ୟ କହିଥିଲେ ଯେ, ଓଏଲଆଇସି ମାଧ୍ୟମରେ ୩୦ ପ୍ରତିଶତରୁ ଅଧିକ ଜମିକୁ ଜଳସେଚନ ସୁବିଧା ଦିଆଯାଉଛି। ମୁଖ୍ୟମନ୍ତ୍ରୀ ନୂତନ ଓଡିଶା ଗଠନର ସଂକଳ୍ପ ନେଇ କାର୍ୟ୍ୟ କରୁଛନ୍ତି । ଓଏଲଆଇସି ଭଲ କାମ କରି ଜାତୀୟ ସ୍ତରରୁ ପୁରସ୍କାର ସାଉଁଟିଛି । ପାଣି ପଞ୍ଚାୟତର ପରିଚାଳନାରେ ମହିଳାମାନଙ୍କ ଭାଗିଦାରିତା, ‘୫-ଟି’ ଉପଯୋଗ ମାଧ୍ୟମରେ ଉଠାଜଳସେଚନ ନିଗମର କାର୍ୟ୍ୟକୁ ଅଧିକ ପ୍ରଭାବୀ କରିବାକୁ ମନ୍ତ୍ରୀ ଟୁକୁନି ସାହୁ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଓଏଲଆଇସିର ସୁଦୃଢ ପ୍ରକଳ୍ପ ପରିଚାଳିନା ପାଇଁ ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ବିକଶିତ ଇଆରପି-ଏସ୍ଏପି ‘ଇ-ଲିଫ୍ଟ’ ବ୍ୟବସ୍ଥାକୁ ମନ୍ତ୍ରୀ ଶ୍ରୀମତୀ ସାହୁ ଲୋକାର୍ପଣ କରିଥିଲେ। ଏହି ଅବସରରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ।

ଓଏଲ୍ଆଇସି ଅଧ୍ୟକ୍ଷ ଅମରେଶ ପତ୍ରୀ କହିଥିଲେ ଯେ କୃଷକମାନେ ଆମର ଅନ୍ନଦାତା। ସେମାନଙ୍କର ଝାଳବୁହା ପରିଶ୍ରମ ଆମକୁ ଖାଦ୍ୟ ଯୋଗାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଜଳସେଚନ ସୁବିଧା ମାଧ୍ୟମରେ କୃଷିର ବିକାଶ କରି କୃଷକଙ୍କର ଉନ୍ନତି ପାଇଁ ଗୁରୁତ୍ୱ ଦେଉଥିବା ବେଳେ ବିଗତ ବର୍ଷଗୁଡିକରେ ନିଗମର ବିଭିନ୍ନ କାର୍ୟ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଥିବା ସେ ପ୍ରକାଶ କରିଥିଲେ । ବିଶେଷ କରି ପାହାଡିଆ ଅଂଚଳ, ଜଳସେଚନ ସୁବିଧା ନଥିବା ଦୁର୍ଗମ ଅଂଚଳ, ବର୍ଷାଭାବ ଏବଂ ମରୁଡି ଭଳି ସ୍ଥିତିରେ ଚାଷୀମାନଙ୍କୁ ଜଳସେଚନ ସୁବିଧା ଯୋଗାଇଦେବା ପାଇଁ ଉଠାଜଳସେଚନ ବ୍ୟବସ୍ଥା ପ୍ରମୁଖ ଆୟୁଧ ହୋଇପାରିଛି ବୋଲି ସେ କହିଥିଲେ। ବିଦ୍ୟୁତ୍ ସୁବିଧା ନଥିବା ଅଂଚଳରେ ସୌର ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇ ଉଠାଜଳସେଚନ ବ୍ୟବସ୍ଥା କରାଯାଉଥିବା ସେ ପ୍ରକାଶ କରିଥିଲେ। କେବଳ ଧାନ ଚାଷ ଉପରେ ନିର୍ଭର ନକରି କୃଷି ବିଭାଗ ସହିତ ସମନ୍ୱୟ ରଖି ବିଭିନ୍ନ ଅର୍ଥକାରୀ ଫସଲ କରିବା, ବିଭିନ୍ନ ପ୍ରକଳ୍ପ ପରିଚାଳନାରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ଚାଷୀମାନଙ୍କ ଅଭିଯୋଗ ଶୁଣାଣି ଓ ନିଗମରେ ନିଯୁକ୍ତି ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଉଥିବା ସଂପର୍କରେ ସେକହିଥିଲେ । ଓଏଲଆଇସି ଦ୍ୱାରା କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସଫଳତା ପାଇଥିବା ସଫଳ ଚାଷୀମାନଙ୍କ ଠାରୁ ଶିକ୍ଷାଲାଭ କରି ଯେପରି ଅଧିକରୁ ଅଧିକ ସଫଳ ଚାଷୀ ବାହାରିବେ , ସେ ଦିଗରେ ସେ ଉତ୍ସାହିତ କରିଥିଲେ। କାର୍ୟ୍ୟକ୍ରମରେ ସମସ୍ତ ଜିଲ୍ଲାର ପାଣି ପଂଚାୟତର ସଫଳ କୃଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

- Advertisement -

ଓଏଲଆଇସି ପରିଚାଳନା ନିର୍ଦ୍ଦେଶକ ତଥା ଜଳ ସଂପଦ ବିଭାଗ ଅତିରିକ୍ତ ଶାସନ ସଚିବ ସୁଧାଂଶୁ ମୋହନ ସାମଲ ଯୋଗଦେଇ ନିଗମ ଦ୍ୱାରା କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ନିଗମ ଦ୍ୱାରା ୧ ଲକ୍ଷ ୧୧ହଜାର ୧୨୦ଟି ଗଭୀର ନଳକୂପ ଜରିଆରେ ୬ ଲକ୍ଷ ୨୫ ହଜାର ୦୫ ହେକ୍ଟର ଜମିକୁ ଜଳସେଚନ କରାଯାଇଛି। ଅପହଂଚ ଅଂଚଳରେ ପୋଷଣୀୟ ବିକାଶ ପାଇଁ ସୌରଶକ୍ତି ପରିଚାଳିତ କୃଷି କାର୍ୟ୍ୟ କରାଯାଉଛି। ୩୫,୪୮୫ ଟି ନୂତନ ଗୋଷ୍ଠୀ ଉଠାଜଳସେଚନ ମାଧ୍ୟମରେ ୭ ଲକ୍ଷ ୮୫ ହଜାର ୯୦୭ ହେକ୍ଟର ଜମିକୁ ଜଳସେଚନ, ୪୬୧୨ ଅଗଭୀର ନଳକୂପ ମାଧ୍ୟମରେ ୪୬ ହଜାର ୧୨୦ ହେକ୍ଟର ଏବଂ ୯୫୪ ଟି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପରୁ ୮,୫୭୨ ହେକ୍ଟର ଚାଷ ଜମିକୁ ଜଳସେଚନ କରାଯାଉଛି।

୧୯୭୩ ମସିହା ଅକ୍ଟୋବର ୧ତାରିଖରେ ସ୍ଥାପିତ ଓଡ଼ିଶା ଉଠାଜଳସେଚନ ଆଜି ଚାଷୀ ଭାଇ ଭଉଣୀମାନଙ୍କ ପ୍ରଗତି ଓ ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀଙ୍କ ‘ଚାଷକୁ ଜଳ ଓ ଚାଷୀକୁ ବଳ’ ଅଭିଳାଷକୁ ପୂରଣ କରିବାକୁ ଯାଇ ଓଏଲଆଇସି ଏହାର କାର୍ୟ୍ୟ ଅଭିବୃଦ୍ଧିରେ ନିରନ୍ତର ପ୍ରୟାସ ଜାରି କରିଛି।
ନିଗମର କାର୍ୟ୍ୟ ନିର୍ବାହୀ ନିର୍ଦ୍ଦେଶକ ଶିବାଶିଷ ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ, ଓଏଲଆଇସିର ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀ, ବିଭିନ୍ନ ପାଣି ପଂଚାୟତର ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ପରିଶେଷରେ ଅନୁଷ୍ଠିତ ସାଂସ୍କୃତିକ କାର୍ୟ୍ୟକ୍ରମରେ ଲୋକପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା ଓ ଶଙ୍କରଙ୍କ ଦ୍ୱାରା ଅଭିନିତ କୃଷି ପାଇଁ ଜଳର ଆବଶ୍ୟକତା ଓ ଏହାର ଉପଯୁକ୍ତ ବ୍ୟବହାର ସଂପର୍କିତ ସଚେତନତାଧର୍ମୀ କ୍ଷୁଦ୍ର ନାଟକ ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories