www.samajalive.in
Sunday, December 14, 2025
19.1 C
Bhubaneswar

“ସ୍ଵଚ୍ଛତା ହିଁ ଶାନ୍ତି” – ଶ୍ରୀକ୍ଷେତ୍ରରେ  ନିଆରା ଢଙ୍ଗରେ ଶିଶୁମାନଙ୍କୁ କରାଗଲା ସଚେତନ

ପୁରୀ- ମହାତ୍ମା ଗାନ୍ଧୀ କହୁଥିଲେ ସ୍ଵାଧୀନତା ଠାରୁ ଅଧିକ ଗୁରୁତ୍ୱପୁର୍ଣ୍ଣ “ସ୍ବଚ୍ଛତା”। ଆମେ ବିଦେଶୀ ସାସକଙ୍କୁ ଦେଶରୁ ତଡିବାରେ ସଫଳ ହୋଇଥିଲେ ଆଜିବି ଅପରିଷ୍କାର ଅପରିଛାନ୍ନତା ଦ୍ଵାରା ପରାଧୀନ। ପୁଣି ଗାନ୍ଧିଜୀ ଙ୍କ ଜନ୍ମତିଥି ଅକ୍ଟୋବର ୨କୁ “ବିଶ୍ଵ ଅହିଂସା ଦିବସ” ଭାବେ ପାଳନ କରାଯାଉଥିବାର ଆମେ ଜଣେ ଜଣେ ଭାରତୀୟ ଭାବେ ଗର୍ବିତ। ଆମେ ମହାତ୍ମା ଙ୍କ ଜୟନ୍ତୀକୁ ଏକ କାର୍ଯ୍ୟକ୍ରମ ଭାବେ ପାଳନ ସହ ତାଙ୍କ ବାର୍ତ୍ତା ର ମହତ୍ତ୍ଵ ବୁଝିବା। ୧୫୪ ତମ ଗାନ୍ଧି ଜୟନ୍ତୀ ଅବସରରେ ଶ୍ରୀକ୍ଷେତ୍ର ବାସିଙ୍କ ପକ୍ଷରୁ ୧୫୪ ଜଣ ଗାନ୍ଧି ବେଶଧାରି “ସ୍ଵଚ୍ଛତା ହିଁ ଶାନ୍ତି” ଏକ ବାର୍ତ୍ତା ସାରା ବିଶ୍ବକୁ ଦିଆଯାଇଥିଲା। ଶନିବାର ଅପରାହ୍ନରେ ଶ୍ରୀଜଗନ୍ନାଥଙ୍କୁ ଦୀପଦାନ କରି ବଡ଼ଦାଣ୍ଡରେ ଶୋଭାଯାତ୍ରା କରି ଶରଧାବାଲି ରେ ପହଞ୍ଚିଥିଲେ।
କୁନି କୁନି ଶିଶୁମାନେ ମହାତ୍ମା ଙ୍କ ବେଶରେ ସ୍ୱଚ୍ଛତା ଓ ଶାନ୍ତି ର ବାର୍ତ୍ତା ଦେଉଥିଲେ। ଶୋଭାଯାତ୍ରା ସମ୍ମୁଖରେ ମହାତ୍ମାଙ୍କ ପ୍ରତୀକ ଚଷମା, ଅରଟ ଓ ଠେଙ୍ଗା ସହ ଜାତୀୟ ପତାକା ହାତରେ ଧରି ଭାରତମାତା ବେଶଧାରି କୁନି ପିଲା ଏବଂ ଛାତ୍ରୀମାନେ ଶୋଭାଯାତ୍ରାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲେ । ମହାପ୍ରଭୁଙ୍କ ବଡ଼ଦାଣ୍ଡ ଜୟ ଜଗନ୍ନାଥ, ଭାରତ ମାତା କି ଜୟ ଓ ମହାତ୍ମା ଗାନ୍ଧୀ ଙ୍କ ଜୟ ନାରାରେ କମ୍ପୁଥିଲା। କାର୍ଯ୍ୟକ୍ରମରେ “ସାହି ଭାଇ”ର ସଭାପତି ଅବସରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ୍ୱର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ସଭ୍ୟତା ର ପରିଚୟ ହେଉଛି ସ୍ବଚ୍ଛତା। ଆମେ ନିଜକୁ ସଭ୍ୟ କହୁଥିଲେ ମଧ୍ୟ ସ୍ବଚ୍ଛତା କ୍ଷେତ୍ରରେ ବହୁତ୍ ପଛରେ। ଆବର୍ଜନାମୟ ପରିବେଶ ଆମର କ୍ଷତି କରବା ସହ ମର୍ଯ୍ୟଦାହାନି କରୁଛି। ପ୍ରତ୍ୟେକେ ସତର୍କ ହୋଇ ସ୍ବଚ୍ଛତା ଅବଲମ୍ବନ କରି ନିଜକୁ ଏକ ଉନ୍ନତ ସଭ୍ୟତା ର ଦାୟଦ ଭାବେ ପରିଚୟ ଦେବାକୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ପୌରାଧିକରୀ ମନୋଜ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ପରିବେଶ ପାଇଁ ସହରବାସୀଙ୍କ ଭାଗିଦାରୀ ଓ ସଚେତନତା ଉପରେ ଗୁରୁତ୍ବ ଦେଇଥିଲେ। ଦେଶରେ ଇନ୍ଦୋର ସବୁଠାରୁ ସ୍ୱଚ୍ଛ ସହର ମାନ୍ୟତା ପାଇଥିଲା ବେଳେ ଶ୍ରୀକ୍ଷେତ୍ରକୁ ଦେଶର ଏକ ନମ୍ୱର ସ୍ୱଚ୍ଛ ସହର ଭାବେ ଦେଖିବାକୁ ଏହି ମୁହୂର୍ତ୍ତରୁ ପ୍ରୟାସ କରିବାକୁ ଆହ୍ୱାନ ଦିଆଯାଇଥିଲା

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories