www.samajalive.in
Sunday, December 14, 2025
17.1 C
Bhubaneswar

କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ମାନ୍ୟତା

ଭୁବନେଶ୍ବର: କେନ୍ଦ୍ରାପଡା ସହ ସାରା ଓଡିଶା ପାଇଁ ଖୁସି ଖବର। କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଠା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା। କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ କରାଯିବା ସହ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି। ଗୁଣବତ୍ତା ଓ ମାନ ଯାଞ୍ଚ ପରେ ସ୍ବୀକୃତି ମିଳିଛି।

୪୦୦ ବର୍ଷର ପରମ୍ପରାରେ ତୁଳସୀ କ୍ଷେତ୍ରର ବଡ଼ଠାକୁର ବଳଦେବ ଜୀଉଙ୍କ ମୁଖ୍ୟ ନୈବେଦ୍ୟ ହେଉଛି ରସାବଳି। କେନ୍ଦ୍ରାପଡ଼ା ସମେତ ସାରା ରାଜ୍ୟରେ ସମସ୍ତଙ୍କ ପ୍ରିୟ ମିଷ୍ଟାନ ରସାବଳି। କେନ୍ଦ୍ରାପଡା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ମିଳିବା ପରେ ସବୁଠି ଖୁସିର ଲହରୀ ଖେଳି ଯାଇଛି।

- Advertisement -

ତୁଳସୀ କ୍ଷେତ୍ର ଶ୍ରୀ ବଳଦେବଜୀଉଙ୍କ ମୁଖ୍ୟ ଭୋଗ ହେଉଛି ରସାବଳି। କେନ୍ଦ୍ରାପଡା ସଂସ୍କୃତି ସହିତ ଜଡିତ ଏହି ମିଠା । ତେବେ ଦୀର୍ଘ ଦିନ ଧରି ରସାବଳିକୁ ଜିଆଇ ଟ୍ୟାଗ ପାଇଁ ଦାବି ହୋଇ ଆସୁଥିଲା । ୧୩ ଡିସେମ୍ବର ୨୦୨୧ରେ ଆବେଦନ କରାଯାଇଥିଲେ ହେଁ ଏବେ ରସାବଳିକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories