ପରୁଆଗୁଡା ତଲପଡାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଅଚଳ, ବିଦ୍ୟୁତ ସେବା ବିପର୍ଯ୍ୟସ୍ତ
ସେକ୍ସନ ଅଧିକାରୀଙ୍କ ଦ୍ୱାରସ୍ତ ହେଲେ ଉପଭୋକ୍ତା
କଲମପୁର : ଗତ ଏକ ସପ୍ତାହ ଧରି ସୂର୍ଯ୍ୟ ତାପ ବୃଦ୍ଧି ପାଇଚାଲିଛି । ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ। ଏଭଳି ସମୟରେ ଗତ ୪ଦିନ ହେବ ପରୁଆଗୁଡା ତଲପଡାକୁ ସଂଯୋଗ ଥିବା ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ । ଅସହ୍ୟ ଗୁଳୁଗୁଳି ଯୋଗୁଁ ଘରେ ବସିବା ସମ୍ଭବ ହେଉନଥିବା ବେଳେ ଗ୍ରୀଷ୍ମ ତାପ ବୃଦ୍ଧି ଯୋଗୁଁ ବାହାରେ ବସିବା ମଧ୍ୟ ସମ୍ଭବ ହେଉ ନାହିଁ । ଏହାସହ ରାତିରେ ସାପ, ବିଛା ଆଦି ସରିସୃପଙ୍କ ପ୍ରଭାବ ଲାଗି ରହିଛି । ଯାହା ଜନ ଜୀବନ ପ୍ରତି ବିପଦ ରହୁଛି । ଏଭଳି ସ୍ଥିତିରେ ବିଦ୍ୟୁତ ସେବା ଉପଲବ୍ଧ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଆଜି ଦିନ ୧୧ଟା ବେଳେ ଖିରୋଦ ଚନ୍ଦ୍ର ନାଏକ, ରୁୁପଧର ନାଏକ, ଦୁଃଶାସନନାଏକ, ପୂର୍ଣ୍ଣ ଚନ୍ଦ୍ର ମାଝୀ, ସୁଦର୍ସନ ମାଝୀ, ଲଖିରାମ ମାଝୀ, ହେମନ୍ତ ନାଏକ, ଭଗବାନ ନାଏକ, ସୁକାନ୍ତ ମାଝୀ, କୈଳାଶ ଚନ୍ଦ୍ର ମାଝୀ ଗୁପ୍ତେଶ୍ୱର ନାକେ, ଯୌବନ ନାଏକ, ଫକୀର ନାଏକ ଏବଂ କ୍ଷେତ୍ର ମୋହନ ନାଏକ ପ୍ରମୁଖ ପରୁଆଗୁଡା ତଲପଡାର ବିଦ୍ୟୁତ୍ ଉପଭୋକ୍ତା କଲମପୁର ବିଦ୍ୟୁତ୍ ସେକ୍ସନ ଅଧିକାରୀଙ୍କୁ ସାକ୍ଷାତ କରି ତୁରନ୍ତ ସମାଧାନ କରିବା ପାଇଁ ଦାବି କରିଛନ୍ତି ।
Comments are closed.