ଅବିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ
ହରଭଙ୍ଗା : ହରଭଙ୍ଗା ବ୍ଲକ ଲଣ୍ଡେଯୋର ବିଦ୍ୟାଳୟରେ ଶନିବାର ଅବିଭାବକ ଆମର ଅଂଶୀଦାର ସଭା ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀନିବାସ କହଁରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା କଲ୍ୟାଣ ଅଧିକାରୀ ରାହୁଲ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସହକାରୀ ମତ୍ସ୍ୟ ଅଧିକାରୀ ରାକେଶ ସ୍ବାଇଁ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପରାମର୍ଶଦାତା ବସନ୍ତ କୁମାର୍ ଡିଶ୍ରି, ମଙ୍ଗଲ ସମ୍ପ୍ରସାରଣ ଅଧିକାରୀ ବିବେକ ସୂର୍ଯ୍ୟ ନାରାୟଣ ମିଶ୍ର, ଅତିରିକ୍ତ ଜିଲ୍ଲା ମଙ୍ଗଲ ଅଧିକାରୀ ମୌମ୍ୟରଞ୍ଜନ ରାଓ ଯୋଗ ଦେଇ ସରକାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପାଠ ପଢ଼ା ପାଇଁ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥ ଏବଂ ପ୍ରୋତ୍ସାହନ ରାଶି ବିଷୟରେ ଅବିଭାବକ ମାନଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ନାଚ, ଗୀତ, ଝୋଟି, ଡିବେଟ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗୀତାରେ ଉତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ସହ ପୁରସ୍କାର ବଣ୍ଟନ କରିଥିଲେ। ଶିକ୍ଷକ ତପନ କୁମାର ପତି ମଞ୍ଚ ପରିଚାଳନା କରିଥିଲେ।
Comments are closed.