ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶର ତୃତୀୟ ଦିନ କାର୍ଯ୍ୟ ଆମ୍ଭ ହେବା ସହିତ କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ଖବର ସିରେନାମାରେ ରହିଛନ୍ତି । ରିପୋର୍ଟ ଅନୁସାରେ କୁକୁରମାନଙ୍କ ସମ୍ପର୍କରେ ତାଙ୍କର ସାମ୍ପ୍ରତିକ ବୟାନ ପାଇଁ ତାଙ୍କ ବିରୁଦ୍ଧରେ ଏକ ବିଶେଷାଧିକାର ଭଙ୍ଗ ପ୍ରସ୍ତାବ ଆଗତ ହୋଇପାରେ। ଏହାକୁ ସଂସଦର ମର୍ଯ୍ୟାଦା ଏବଂ ସୁରକ୍ଷା ନିୟମର ଉଲ୍ଲଂଘନ ବୋଲି ବିବେଚନା କରାଯାଉଛି। ତଥାପି, ଆଜି ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ଏ ବିଷୟରେ ପ୍ରଶ୍ନ କରିଥିଲେ, ସେ ଭୋ ଭୋ କରି ଉତ୍ତର ଦେଇଥିଲେ। ସଂସଦର ଶୀତକାଳୀନ ଅଧିବେଶନ ଗତ ଦୁଇ ଦିନ ହେବ ଉଭୟ ଗୃହରେ ପ୍ରବଳ ହୋହାଲ୍ଲା କରିଥିଲେ ବିରୋଧୀ । ଫଳରେ ଗୃହକାର୍ଯ୍ୟ ଚାଲି ପାରିନଥିଲା ।
Popular Categories



