www.samajalive.in
Friday, December 5, 2025
19.1 C
Bhubaneswar

ବଡ ଖବର : ପ୍ରଥମ ଥର ପାଇଁ ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା

ସମାଜ ଲାଇଭ ଡ଼େସ୍କ : ଆଜି ଭାରତୀୟ ମୁଦ୍ରା “ଟଙ୍କା”ର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି । ପ୍ରଥମ ଥର ପାଇଁ ଡଲାର ତୁଳନାରେ ୯୦ସ୍ତର ଅତିକ୍ରମ କରିଛି ଟଙ୍କା ।

ଆମେରିକୀୟ ଡଲାର ତୁଳନାରେ ମୁଦ୍ରା ଆଜି ମଧ୍ୟାହ୍ନ ୧୨ ଟା ସୁଦ୍ଧା ୯୦.୩୦ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିଯାଇଛି । ଆଜି ଖସିଥିବା ଟଙ୍କାର ମୂଲ୍ୟ ପୂର୍ବ ସର୍ବନିମ୍ନ ୮୯.୯୪ ରେକର୍ଡ଼କୁ ଭାଙ୍ଗିଛି । ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ସହିତ ଦୁର୍ବଳ ବାଣିଜ୍ୟ ଏବଂ ପୋର୍ଟଫୋଲିଓ ପ୍ରବାହ ମଧ୍ୟରେ ଟଙ୍କାର ହ୍ରାସ ଘଟିଛି ।

- Advertisement -

ନୂଆ ସପ୍ତାହ ଆରମ୍ଭ ହେବା ପରଠାରୁ ସର୍ବନିମ୍ନ ସ୍ତରରେ ଟଙ୍କା ଖସିଛି । ଗତ ମଙ୍ଗଳବାର ଦିନ, ଟଙ୍କା ସୋମବାର ସ୍ତରଠାରୁ ଆହୁରି ନିମ୍ନ ସ୍ତରକୁ ଯାଇ ଆମେରିକୀୟ ଡଲାର ତୁଳନାରେ ୪୨ପଇସା ହ୍ରାସ ପାଇ ୮୯.୯୫ରେ ପହଞ୍ଚି ଥିଲା । ଏବର୍ଷ ଟଙ୍କା ପୂର୍ବରୁ ମଧ୍ୟ ୪% ରୁ ଅଧିକ ହ୍ରାସ ପାଇଥିଲା । କେବଳ ନଭେମ୍ବର ମାସରେ ଟଙ୍କାର ମୂଲ୍ୟ ୦.୮% ହ୍ରାସ ପାଇଛି ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories