www.samajalive.in
Monday, December 15, 2025
24.1 C
Bhubaneswar

ବଡ ଖବର : ପ୍ରଥମ ଥର ପାଇଁ ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା

ସମାଜ ଲାଇଭ ଡ଼େସ୍କ : ଆଜି ଭାରତୀୟ ମୁଦ୍ରା “ଟଙ୍କା”ର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି । ପ୍ରଥମ ଥର ପାଇଁ ଡଲାର ତୁଳନାରେ ୯୦ସ୍ତର ଅତିକ୍ରମ କରିଛି ଟଙ୍କା ।

ଆମେରିକୀୟ ଡଲାର ତୁଳନାରେ ମୁଦ୍ରା ଆଜି ମଧ୍ୟାହ୍ନ ୧୨ ଟା ସୁଦ୍ଧା ୯୦.୩୦ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିଯାଇଛି । ଆଜି ଖସିଥିବା ଟଙ୍କାର ମୂଲ୍ୟ ପୂର୍ବ ସର୍ବନିମ୍ନ ୮୯.୯୪ ରେକର୍ଡ଼କୁ ଭାଙ୍ଗିଛି । ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ସହିତ ଦୁର୍ବଳ ବାଣିଜ୍ୟ ଏବଂ ପୋର୍ଟଫୋଲିଓ ପ୍ରବାହ ମଧ୍ୟରେ ଟଙ୍କାର ହ୍ରାସ ଘଟିଛି ।

- Advertisement -

ନୂଆ ସପ୍ତାହ ଆରମ୍ଭ ହେବା ପରଠାରୁ ସର୍ବନିମ୍ନ ସ୍ତରରେ ଟଙ୍କା ଖସିଛି । ଗତ ମଙ୍ଗଳବାର ଦିନ, ଟଙ୍କା ସୋମବାର ସ୍ତରଠାରୁ ଆହୁରି ନିମ୍ନ ସ୍ତରକୁ ଯାଇ ଆମେରିକୀୟ ଡଲାର ତୁଳନାରେ ୪୨ପଇସା ହ୍ରାସ ପାଇ ୮୯.୯୫ରେ ପହଞ୍ଚି ଥିଲା । ଏବର୍ଷ ଟଙ୍କା ପୂର୍ବରୁ ମଧ୍ୟ ୪% ରୁ ଅଧିକ ହ୍ରାସ ପାଇଥିଲା । କେବଳ ନଭେମ୍ବର ମାସରେ ଟଙ୍କାର ମୂଲ୍ୟ ୦.୮% ହ୍ରାସ ପାଇଛି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories