ସଂସଦରେ ଅଚଳାବସ୍ଥା: ୧୭୦ କୋଟି ଟଙ୍କା କ୍ଷତି

0

ନୂଆଦିଲ୍ଲୀ, ବିରୋଧୀ ଦଳଙ୍କ ହଙ୍ଗାମା ଯୋଗୁଁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଗୋଟିଏ ଦିନ ବି ସ୍ୱାଭାବିକ ଭାବେ ଚାଲିପାରିନାହିଁ । ଏଥିଯୋଗୁଁ ରାଜକୋଷର ୧୭୦ କୋଟି ଟଙ୍କା କ୍ଷତି ହୋଇଛି । ଏହି କ୍ଷତିର ଭରଣା ପାଇଁ ଏନ୍‌ଡିଏ ସାଂସଦମାନେ ୨୩ ଦିନର ଦରମା ନେବେ ନାହିଁ ବୋଲି ଘୋଷଣା କରିଛନ୍ତି । ପିଏନ୍‌ବି ଦୁର୍ନୀତି ପ୍ରତିବାଦରେ କଂଗ୍ରେସର ବିରୋଧ ଯୋଗୁଁ ପ୍ରଥମ କିଛି ଦିନ ସଂସଦର କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଟିଡିପି ଓ ୱାଇଏସ୍‌ଆର କଂଗ୍ରେସର ଦାବି ଓ ହଟ୍ଟଗୋଳ ଯୋଗୁଁ ସଂସଦ ଅଚଳ ହୋଇଥିଲା । ସେହିପରି କାବେରୀ ଜଳ ପରିଚାଳନା ବୋର୍ଡ ପ୍ରସଙ୍ଗରେ ଏଆଇଏଡିଏମ୍‌କେ ପକ୍ଷରୁ ମଧ୍ୟ ସଂସଦର ଉଭୟ ଗୃହରେ ବିକ୍ଷୋଭ ଯୋଗୁଁ ଗୃହ ଅଚଳ ହୋଇଛି । ବିରୋଧ ଓ ଅଚଳାବସ୍ଥା ଯୋଗୁଁ ସଂସଦରେ ଟ୍ରିପଲ୍‌ ତଲାକ, ସିଟିଜେନ୍‌ ଆମେଣ୍ଡମେଣ୍ଟ ବିଲ୍‌ -୨୦୧୬ ଓ ନ୍ୟାଶ୍‌ନାଲ୍‌ ମେଡିକାଲ୍‌ କମିଶନ୍‌ ବିଲ୍‌ – ୨୦୧୭ ପରି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ ହୋଇପାରିନି ।

Leave A Reply