ଅଟା – ୨କପ
ଜୁଆଣି – ୧ ଚାମଚ
ଭଜା ଜିରା – ୧ ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଅଟାରେ ଜିରା, ଜୁଆଣି, ଲୁଣ, ଲଙ୍କା ଗୁଣ୍ଡ,ଅଳ୍ପ ତେଲ ପାଣି ପକାଇ ଅଟାକୁ ଭଲ ଭାବେ ଚକଟି ଦିଅନ୍ତୁ। ଚକଟିଥିବା ଅଟାକୁ କିଛି ସମୟ ରଖି ଦିଅନ୍ତୁ। କିଛି ସମୟ ପରେ ଚକଟା ଅଟାରୁ ଛୋଟ ଛୋଟ ଗୁଳା କରି ପ୍ରଥମେ ରୁଟି ଆକୃତିର କରି ଏଥିରେ ସାମାନ୍ୟ ତେଲ ଲଗାଇ ପୁଣି ସେଥିରୁ ପରଟା ଆକୃତିର ବେଲି ଦିଅନ୍ତୁ। ଏବେ ଗ୍ୟାସରେ ଏକ ତାୱା ବସାଇ ପରଟାକୁ ଭଲ ଭାବେ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଜିରା ଜୁଆଣି ପରଟା।
ଜିରା ଜୁଆଣି ପରଟା
Popular Categories



