www.samajalive.in
Monday, December 15, 2025
24.1 C
Bhubaneswar

ଫେରିଲେ ଇତିହାସ ସୃଷ୍ଟିକାରୀ ଭାରତୀୟ ପାରାଲିମ୍ପିଆନ୍ 

ନୂଆଦିଲ୍ଲୀ : ଟୋକିଓ ପାରାଲିମ୍ପି୍‌କ୍‌ସରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ପାରା କ୍ରୀଡ଼ାବିତ୍‌ ସୋମବାର ସନ୍ଧ୍ୟାରେ ସ୍ବଦେଶ ଫେରିଛନ୍ତି। ନୂଆଦିଲ୍ଲୀର ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହି କ୍ରୀଡ଼ାବିତ୍‌ଙ୍କୁ ଭବ୍ୟ ସ୍ବାଗତ, ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା। ଭାରତୀୟ କ୍ରୀଡ଼ା ମନ୍ତ୍ରାଳୟ, ପାରା କ୍ରୀଡ଼ାବିତ୍‌ ମହାସଂଘ ଓ ସାଧାରଣ ଜନତା ଫୁଲହାର ଓ ସିନ୍ଦୁର ଟିପା ଲଗାଇ ଏହି କ୍ରୀଡ଼ାବିତ୍‌ଙ୍କୁ ସ୍ବାଗତ କରିଥିଲେ। ଟୋକିଓ ପାରାଲିମ୍ପିକ୍‌ସରେ ଭାରତୀୟଙ୍କ ଐତିହାସିକ ସଫଳତା ଚିରକାଳ ସ୍ମରଣୀୟ ହୋଇ ରହିବ। ସେମାନେ ପାରାଲିମ୍ପିକ୍‌ସ ଇତିହାସରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛନ୍ତି। ଭାରତ ୧୯ଟି ପଦକ ଜିତି ୨୪ତମ ସ୍ଥାନ ହାସଲ କରିଛି। ଯେଉଁଥିରେ ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ରହିଛି। ଅଦ୍ୟାବଧି ଭାରତ ସମସ୍ତ ପାରାଲିମ୍ପିକ୍‌ସରେ ମୋଟ ୧୨ଟି ପଦକ ହାସଲ କରିଥିଲା। ଏହାଠାରୁ ଭାରତ ଆଉ ୭ଟି ଅଧିକ ପଦକ ଜିତିବାରେ ସକ୍ଷମ ହୋଇଛି। ଅନ୍ତିମ ଦଫାରେ ସୋମବାର ସମସ୍ତ ଭାରତୀୟ କ୍ରୀଡ଼ାବିତ୍‌ ଟୋକିଓରୁ ଭାରତକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ବ୍ୟାଡ୍‌ମିଣ୍ଟନରେ ସ୍ବର୍ଣ୍ଣପଦକ ଜିତିଥିବା ଓଡ଼ିଆ ଖେଳାଳି ପ୍ରମୋଦ ଭଗତ। ଏହି କ୍ରୀଡ଼ାବିତ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories