www.samajalive.in
Monday, December 15, 2025
14.1 C
Bhubaneswar

କଲକାତାରୁ ଧରାେହଲେ ୱେବ୍‌ ପୋର୍ଟାଲ ସମ୍ପାଦକ

ନନ୍ଦନକାନନ : ଖଣି ବ୍ୟବସାୟୀଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖିବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଫେରାର ଥିବା କଳିଙ୍ଗ ଲାଇଭ ୱେବ୍‌ ପୋର୍ଟାଲର ସମ୍ପାଦକ ରଘୁନାଥ ସାହୁ ଓରଫ ରାଜ୍ ଶେଷରେ ପୁଲିସ ହାତରେ ଧରାପଡ଼ିଛି। ନନ୍ଦନକାନନ ପୁଲିସ ଓ ସ୍ବତନ୍ତ୍ର ଦଳର ମିଳିତ ଉଦ୍ୟମରେ ରାଜ୍‌କୁ ରବିବାର ରାତିରେ କଲକାତାରୁ ଗିରଫ କରାଯାଇଛି। ତା’ ପାଖରୁ ଏକ ବନ୍ଧୁକ ଜଵତ ହୋଇଛି। ଅଧିକ ତଥ୍ୟ ହାସଲ ପାଇଁ ପୁଲିସ ତାକୁ ଅଟକ ରଖି ପଚରାଉଚରା ଚଳାଇଛି। ଏହି ଘଟଣାରେ ରାଜର ଆଉ କିଛି ସହଯୋଗୀ ଏବେବି ଫେରାର ଥିବା ଜଣାପଡ଼ିଛି ।
ପ୍ରକାଶ ଯେ, ଅଭିଯୁକ୍ତ ରାଜ ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ମାରୁତି ରେସିଡେନ୍ସି କଲୋନୀରେ ଲାଇଭ କଳିଙ୍ଗ ୱେବ୍‌ ପୋର୍ଟାଲର କାର୍ଯ୍ୟାଳୟ ଖୋଲି ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଲେ। ଖଣିଜ ପଦାର୍ଥ ପରିବହନ କରୁଥିବା କେନ୍ଦ୍ରାପଡ଼ାର ପୂର୍ଣ୍ଣଚନ୍ଦ୍ର ସାହୁ ଓ କଲକାତା ଆସାନସୋଲର ଭିଗୁନାଥ ସିଂ ଦୁଇ ବ୍ୟବସାୟୀଙ୍କୁ ଚାନେଲର ସାମ୍ବାଦିକା ପ୍ରିୟମ୍ବଦା ନାୟକ ଗତ ମାସ ୫ତାରିଖରେ ଫୋନ୍‌ କରି ‘ତୁମର ଦୁର୍ନୀତି ବିଷୟରେ ଆମ ପାଖରେ ପ୍ରମାଣ ଅଛି, ତୁରନ୍ତ ରଘୁନାଥପୁର କାର୍ଯ୍ୟାଳୟରେ ଦେଖା ନକଲେ ପ୍ରସାରଣ କରିଦେବୁ’ ବୋଲି ଧମକ ଦେଇଥିଲେ। ୧୫ତାରିଖରେ ଏହି ଦୁଇଜଣ ବ୍ୟବସାୟୀ କାର୍ଯ୍ୟାଳୟକୁ ଆସିଥିବାବେଳେ ଭିଗୁନାଥଙ୍କ ବାପାଙ୍କ ଦେହ ଖରାପ ହେବା ଖବର ପାଇ ସେଠାରୁ ପଳାଇ ଯାଇଥିବାବେଳେ ପୂର୍ଣ୍ଣଚନ୍ଦ୍ର ଏକୁଟିଆ ରହିଥିଲେ। ଏହାପରେ ୧୦ଲକ୍ଷ ଟଙ୍କା ଦାବି କରି ରାଜ୍‌ ଓ ତାଙ୍କ ସହଯୋଗୀ ତାଙ୍କୁ ନିର୍ଯାତନା ଦେଇଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କଠାରୁ ୨୬ହଜାର ଟଙ୍କା ନେଇସାରିବା ପରେ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ୧୦ଲକ୍ଷ ଟଙ୍କା ଦେଲେ ଛଡ଼ାଯିବ ବୋଲି କହିଥିଲେ। ଏହାପରେ ପରିବାର ଲୋକେ ସୁନା ଅଳଙ୍କାର ବନ୍ଧା ପକାଇ ୫୦ହଜାର ଟଙ୍କାଦେଇ ପୂର୍ଣ୍ଣଚନ୍ଦ୍ରଙ୍କୁ ମୁକୁଳାଇବା ପରେ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଚଢ଼ଉ କରି ପ୍ରିୟମ୍ବଦାଙ୍କ ସମେତ ୫ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା। ଚାନେଲ କାର୍ଯ୍ୟାଳୟକୁ ବନ୍ଦ କରିବା ସହ କାର୍ଯ୍ୟାଳୟରେ ଥିବା କମ୍ପ୍ୟୁଟର, ମୋବାଇଲ ଫୋନ୍‌, କ୍ୟାମେରା, ପେନ୍‌ଡ୍ରାଇଭ, ଅର୍ଥ ମଞ୍ଜୁରପତ୍ର (ଚେକ୍‌), ଟଙ୍କାଗଣା ମେସିନ ସମେତ ବନ୍ଧୁକ, ଖଣ୍ଡା, ଠେଙ୍ଗା ଆଦି ଜବତ କରାଯାଇଥିଲା। କିନ୍ତୁ କୌଶଳକ୍ରମେ ରାଜ୍ ଫେରାର ହୋଇଯାଇଥିଲା। ସେ କଲକାତାରେ ଥିବା ଖବର ପାଇ ସ୍ବତନ୍ତ୍ର ଦଳ ଓ ନନ୍ଦନକାନନ ପୁଲିସର ମିଳିତ ଉଦ୍ୟମରେ ରବିବାର ରାତିରେ ରାଜ୍‌କୁ ଧରିବାରେ ସକ୍ଷମ ହୋଇଥିଲେ। ଅଧିକ ତଥ୍ୟ ପାଇଁ ପଚରାଉଚରା ଚାଲିଥିବାବେଳେ ମଙ୍ଗଳବାର ତାକୁ ଅଦାଲତ ଚାଲାଣ କରାଯିବ ବୋଲି ନନ୍ଦନକାନନ ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି କହିଛନ୍ତି।
ପୂର୍ବରୁ ଅଛି ୪ ମାମଲା
ରାଜ୍ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ ହୋଇଛି। ୨୦୨୦ ଅଗଷ୍ଟ ୪ରେ ବ୍ରହ୍ମପୁର ବଡ଼ବଜାର ଥାନା ବାଲାଜୀପେଣ୍ଠ ସାହିର ମଦ ବ୍ୟବସାୟୀ ସନ୍ତୋଷ ବେହେରାଙ୍କୁ ଡକାଇ ମଦ ଅପମିଶ୍ରଣ ସମ୍ବନ୍ଧିତ ଖବର ପ୍ରକାଶନ ଧମକ ଦେଇ ୫ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗ ଅଛି। ଗତ ଜୁନ୍ ୮ରେ କୋଚିଂ ସେଣ୍ଟର ମାଲିକ ଅଜୟ ବେହେରାଙ୍କୁ ସାମ୍ବାଦିକ ପରିଚୟ ଦେଇ ଅନୁଷ୍ଠାନ ନାମରେ ଖବର ପ୍ରସାରଣ କରାଯିବ ବୋଲି ଧମକ ଦେବା ସହ ୨ଲକ୍ଷ ଟଙ୍କା ମାଗିବା ପରେ ହତ୍ୟା ଧମକ ଦେଇଥିବା ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାରେ ୨ଟି ଅଭିଯୋଗ ହୋଇଥିଲା। ରାଜ୍‌ ସାମ୍ବାଦିକତାକୁ ଢାଲ କରି ବଡ଼ ବଡ଼ ବ୍ୟବସାୟୀଙ୍କଠାରୁ ବଟି ଆଦାୟ କରୁଥିବା ଅଭିଯୋଗ ହୋଇଛି।
ବିବାଦ ସମାଧାନ କରୁଥିଲା ପୁଲିସ
ରାଜ୍‌ ନିଜକୁ ବିଶିଷ୍ଟ ସାମ୍ବାଦିକ ପରିଚୟ ଦେଇ ଲୋକଙ୍କୁ ଧମକଚମକ ଦେଇ ଆସୁଥିଲା। ରାଜଧାନୀର ଅନେକ ସ୍ଥାନରେ ସାମ୍ବାଦିକ ଢାଲରେ ସାଧାରଣ େଲାକଙ୍କୁ ମଧ୍ୟ ଧମକ ଦେଉଥିଲା। ଏପରିକି କିଛି ଘଟଣାରେ ଲୋକଙ୍କ ଆକ୍ରୋଶରୁ ରାଜ୍‌ ଓ ତାଙ୍କ ସହଯୋଗୀଙ୍କୁ ପୁଲିସ ଉଦ୍ଧାର କରିବା ସହ ବିବାଦର ଆପୋସ ସମାଧାନ କରୁଥିଲା। ଏପରି କରି ସେ ନିଜର ପତିଆରା ଜାହିର କରୁଥିଲା।

ଦୂତି ଚାନ୍ଦଙ୍କୁ ବଦନାମ ମାମଲା :  ଜିମାରେ ଆସିଲେ ୱେବ୍‌ ପୋର୍ଟାଲ ସମ୍ପାଦକ ଓ ସାମ୍ବାଦିକ
ଅନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦଙ୍କୁ ବଦନାମ କରିବା ଘଟଣାରେ ପୁଲିସ ଗିରଫ କରିଥିବା ଏକ ୱେବ୍‌ ପୋର୍ଟାଲର ସମ୍ପାଦକ ଓ ସାମ୍ବାଦିକଙ୍କୁ ଜିମାରେ ଆଣିଛି। ଘଟଣା ସମ୍ପର୍କରେ େସମାନଙ୍କୁ ଅଧିକ ପଚରାଉଚରା ଲାଗି ଦିନିକିଆ ଜିମାରେ ଅଣାଯାଇଛି। େଟାକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଦୂତିଙ୍କ ବିେରାଧରେ ସମ୍ପୃକ୍ତ େପାର୍ଟାଲରେ ଉଦ୍ଦେଶ୍ୟମୂଳକ ଭାବେ ଖବର ପ୍ରସାରଣ କରାଯାଇଥିଲା। ଏପରିକି େପାର୍ଟାଲର ସମ୍ପାଦକ ସୁଧାଂଶୁ ରାଉତ ତାଙ୍କୁ ଧମକ େଦଇ ଅର୍ଥ ଦାବି କରିଥିବା େନଇ ଦୂତି ଅଭିେଯାଗରେ ଦର୍ଶାଇଥିଲେ। ଏ େନଇ େସ ପୁଲିସରେ ଅଭିେଯାଗ କରିବା ସହ ୫ େକାଟି ଟଙ୍କାର ମାନହାନି ମାମଲା ମଧ୍ୟ କରିଥିଲେ। ଏହାପରେ ପୁଲିସ ସମ୍ପୃକ୍ତ ୱେବ୍‌ ପୋର୍ଟାଲର ସମ୍ପାଦକ ସୁଧାଂଶୁ ଓ ସାମ୍ବାଦିକ ସ୍ମୃତିରଞ୍ଜନ ବେହେରାଙ୍କୁ ଗିରଫ କରିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories