ଆଠଗଡ : ଆଠଗଡ ବନାଞ୍ଚଳ ଅଧିନ ବାଙ୍କୀ ବ୍ଲକ ଅନ୍ତର୍ଗତ ଆନନ୍ଦପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିବା ଏକ ବଜ୍ରକାପ୍ତା ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ଘରେ କେଉଁଆଡୁ ବଜ୍ରକାପ୍ତାଟି ଆସି ପଶିଯିବା ପରେ ପ୍ରଥମେ ଲୋକଙ୍କ ଠାରୁ ଖବର ପାଇ ସୁବର୍ଣ୍ଣପୁର ଫାଣ୍ଡି ପୁଲିସ୍ ସେଠାରେ ପହଞ୍ଚି ଆଠଗଡ ଡିଏଫଓଙ୍କୁ ଏ ବିଷୟରେ ଜଣାଇଥିଲେ। ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତିଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଅନ୍ୟ ବନ କର୍ମଚାରୀଙ୍କ ସହିତ ଆନନ୍ଦପୁର ଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ବଜ୍ରକାପ୍ତାଟିକୁ ଉଦ୍ଧାର କରି ତିଗିରିଆସ୍ଥିତ ସୋରିଷପାଳ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଥିବା ଜଣାପଡିଛି ।
Related Posts
Comments are closed.