www.samajalive.in
Sunday, December 7, 2025
26.1 C
Bhubaneswar

ପାଳଙ୍ଗ କଟଲେଟ

ଆବଶ୍ୟକ ସାମଗ୍ରୀ:
ପାଳଙ୍ଗ- କଟା ହୋଇଥିବା (୨ କପ)
ମକା- ସିଝା ହୋଇଥିବା (୧ କପ)
ମଇଦା- ୨ ଚାମଚ
ପାଉଁରୁଟି ଗୁଣ୍ଡ- ୧ କପ
ଆଳୁ- ସିଝା ହୋଇଥିବା (୨ଟି )
ଲଙ୍କା- ୨ଟି
ଅଦା- ଛେଚା ହୋଇଥିବା
ଲଙ୍କା ଗୁଣ୍ଡ- ୧ଚାମଚ
ଲୁଣ- ସ୍ବାଦ ଅନୁଯାୟୀ
ତେଲ- ଆବଶ୍ୟକ ଅନୁଯାୟୀପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଗୋଟିଏ ପାତ୍ରରେ ମଇଦା, ଲୁଣରେ ପାଣି ପକାଇ ଭଲ ଭାବରେ ଚକଟି ଦିଅନ୍ତୁ। ତାପରେ ଗ୍ୟାସ ଲଗାଇ କଡାଇ ବସାନ୍ତୁ। କଡେଇରେ ତେଲ ପକାଇ ଗରମ କରି ପାଳଙ୍ଗ ଶାଗକୁ ଅଳ୍ପ ଭାଜି ଦିଅନ୍ତୁ। ତାପରେ ଶାଗକୁ କାଢି ପାତ୍ରରେ ରଖନ୍ତୁ। ଅନ୍ୟ ଏକ ପାତ୍ରରେ ଆଳୁ, ଭଜା ଶାଗ, ସିଝା ମକା, କଞ୍ଚା ଲଙ୍କା, ଅଦା, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ତାପରେ ମିଶ୍ରଣକୁ ଅଳ୍ପ ନେଇ ହାତରେ ଗୋଲ ଗୋଲ କରି କଟଲେଟ୍ ପ୍ରସ୍ତୁତ କରନ୍ତୁ। ମଇଦାର ଏକ ପତଳା ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଗ୍ୟାସରେ ତେଲ ବସାଇ କରନ୍ତୁ। ତେଲ ଗରମ ହେଲା ପରେ କଟଲେଟକୁ ମଇଦାର ମିଶ୍ରଣରେ ବୁଡାଇ ପାଉଁରୁଟି ଗୁଣ୍ଡ ଲଗାଇ ଛାଣନ୍ତୁ। କଟଲେଟଟି ଅଳ୍ପ ସୁନେଲୀ ରଙ୍ଗ ହେବା ପରେ କାଢି ପାତ୍ରକୁ କାଢି ଦିଅନ୍ତୁ।ପ୍ରସ୍ତୁତ ହୋଇଗଲା ଆପଣଙ୍କ ପାଳଙ୍ଗ କଟଲେଟ୍। ଏହାକୁ ଆପଣ ଟମାଟୋ ସସ୍ ସହ ଖାଆନ୍ତୁ ଏବଂ ମଜା ନିଅନ୍ତୁ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories